ନବମଥର ପାଇଁ ବିଜେଡି ରାଜ୍ୟ ସଭାପତି ହେଲେ ନବୀନ
ଭୁବନେଶ୍ଵର: ନବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଏକାମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଦାଖଲ କରିଥିଲେ। ତେବେ ନବମଥର ଲାଗି ସଭାପତି ହେବା ପରେ ନବୀନଙ୍କୁ ବହୁ ନେତା ଏବଂ କର୍ମୀ ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏଥର କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ। ସାଙ୍ଗଠନିକ ସମ୍ପାଦକ ପଦବୀ ଉଚ୍ଛେଦ କରି ପୂର୍ବ ପରି ମହାସଚିବ ପଦବୀ ସୃଷ୍ଟି କରାଯାଇପାରେ।
Powered by Froala Editor