ଠିକ୍ ସମୟରେ ଅଫିସ ନଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର : ସରକାରୀ କର୍ମଚାରୀ ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଛନ୍ତି। ଦିନ ୧୦ଟାରୁ ଡ୍ୟୁଟି ଥିଲେ ବି ଏହାକୁ ବହୁ କର୍ମଚାରୀ ମାନୁନାହାନ୍ତି। ବିଶେଷ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କେତେକ କର୍ମଚାରୀ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି। ଏହା ନଜରକୁ ଆସିବା ପରେ କର୍ମଚାରୀଙ୍କୁ ବିଭାଗ ଏନେଇ ଚେତାଇ ଦେଇଛି। ଠିକ୍ ସମୟରେ ଅଫିସ ନ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ସିଧାସଳଖ ଶୁଣାଇ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଆଦେଶ ଅନୁସାରେ, ବିଭାଗର ବହୁ କର୍ମଚାରୀ ଠିକ୍ ସମୟରେ ଅଫିସ ଆସୁନଥିବାରୁ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଗୁଡ଼ିକର ସମାଧାନ ବିଳମ୍ବ ହେଉଛି। ଠିକ୍ ଦିନ ୧୦ଟା ବେଳେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ। ଏଥିରେ କୌଣସି ବିଚ୍ୟୁତି ପରିଲକ୍ଷିତ ହେଲେ ଏହାକୁ ଗୁରୁତର ଭାବେ ବିଚାର କରାଯିବ। ଖିଲାପି କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
Powered by Froala Editor