ରାଜ୍ୟରେ ୬୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧ ଜଣ ରହିଥିବା ଜଣାଯାଇଛି। ଏହି ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୫ ଜଣ ଅଛନ୍ତି।।
ବରଗଡ ଜିଲାରୁ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ବଉଦ ଜିଲାରୁ ଜଣେ ଓ କଟକ ଜିଲାରୁ ୨ ଜଣଙ୍କର ପ୍ରାଣହାନି ଘଟିଛି। ଢେଙ୍କାନାଳ ଜିଲାରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୬, ଝାରସୁଗୁଡା ଓ କେନ୍ଦ୍ରାପଡା ଜିଲାରୁ ଜଣେ ଲେଖାଏଁ, କେନ୍ଦୁଝର ଜିଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲାରେ ୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।
ସେହିଭଳି ନୟାଗଡ ଜିଲାରେ ୨, ନୂଆପଡାରୁ ଜଣେ, ପୁରୀ ଜିଲାରେ ୬, ରାୟଗଡାରୁ ଜଣେ, ସମ୍ବଲପୁର ଜିଲାରେ ୫ ଓ ସୁନ୍ଦରଗଡ ଜିଲାରେ ୫ ଜଣଙ୍କର ଜୀବନ ନେଇଛି କରୋନା।
Powered by Froala Editor