ପିଲାଙ୍କ ପାଇଁ ୧ % ସମ୍ପତ୍ତି ରଖି ସବୁ ଦାନ କରିଦେବେ ବିଲ ଗେଟ୍ସ

ବିଲ ଗେଟ୍ସ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିବାକୁ ଘୋଷଣା କରିଛନ୍ତି। ଗେଟ୍ସଙ୍କ ଘୋଷଣା ଅନୁଯାୟୀ, ସେ ତାଙ୍କ ସନ୍ତାନମାନଙ୍କ ପାଇଁ କେବଳ ୧ ପ୍ରତିଶତ ସମ୍ପତ୍ତି ଛାଡିବେ ଏବଂ ବାକି ସମ୍ପତ୍ତି ଦାନ କରାଯିବ।
ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ରାଜତ୍ୱ କରିଆସୁଥିଲେ। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୬୨ ବିଲିୟନ ଡଲାର, ଯାହା ଭାରତୀୟ ଟଙ୍କାରେ ପ୍ରାୟ ୧୩,୯୦୦ ବିଲିୟନ ଟଙ୍କା। ଯଦି ସେ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରନ୍ତି, ତେବେ ଏହାର ୧ ପ୍ରତିଶତ, ଅର୍ଥାତ୍ ୧.୬୨ ବିଲିୟନ ଡଲାର, ତାଙ୍କ ପିଲାମାନଙ୍କୁ ଯିବ। ଯଦି ଭାରତୀୟ ଟଙ୍କାରେ ଗଣନା କରାଯାଏ, ତେବେ ମାତ୍ର ୧ ପ୍ରତିଶତ ସମ୍ପତ୍ତି ପାଇବା ପରେ ମଧ୍ୟ, ତାଙ୍କର ତିନିଜଣ ପିଲା ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିବେ।
ବିଲ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସ ୨୭ ବର୍ଷ ଧରି ଏକାଠି ରହିବା ପରେ ୨୦୨୧ ମସିହାରେ ଛାଡପତ୍ର ନେଇଥିଲେ ଏବଂ ଉଭୟ ଅଲଗା ହୋଇଯାଇଥିଲେ। ଏହି ଦମ୍ପତିଙ୍କ ଔରସରୁ ତିନୋଟି ସନ୍ତାନ ଅଛନ୍ତି; ଝିଅ ଜେନିଫର କ୍ୟାଥରିନ ଗେଟ୍ସ (୨୮), ପୁଅ ରୋରି ଜନ ଗେଟ୍ସ (୨୭) ଏବଂ ଫୋବି ଆଡେଲ ଗେଟ୍ସ (୨୨)। ବିଲ ଗେଟ୍ସ କହିଛନ୍ତି, ସେ ଚାହାଁନ୍ତି ଯେ ତାଙ୍କ ପିଲାମାନେ ତାଙ୍କ ସମ୍ପତ୍ତି ମୋହରେ ନ ରୁହନ୍ତୁ। ନିଜେ କିଛି କରନ୍ତୁ ଏବଂ ନିଜର ପରିଚୟ ତିଆରି କରନ୍ତୁ। ସେଥିପାଇଁ ସେ ତାଙ୍କର ୯୯ ପ୍ରତିଶତ ସମ୍ପତ୍ତି ଦାନ କରିବେ ଏବଂ ତାଙ୍କ ସମ୍ପତ୍ତିର କେବଳ ୧ ପ୍ରତିଶତ ତାଙ୍କ ପିଲାମାନଙ୍କ ପାଖକୁ ଯିବ।
Powered by Froala Editor