ପୁରୁଣା ବ୍ୟାରିକେଡରେ ଲାଗିଲା ନିଆଁ
ପୁରୀ: ପୁରୀରେ ଭୟଙ୍କର ଅଗ୍ନିକାଣ୍ଡ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛ ପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡ୍ ଗୁଡିକରେ ନିଆଁ ଲାଗି ଯାଇଛି। କାହାର କୌଣସି କ୍ଷତି ଘଟିନାହିଁ। ନିକଟରେ ଏଲଆଇସି କଲୋନୀ, ଅତିରିକ୍ତ ଜିଲ୍ଲାପାଳଙ୍କ କ୍ଵାଟର୍ସ ଏବଂ ସରକାରୀ କ୍ଵାଟର୍ସ ରହିଛି। ତେଣୁ ଏକ ବଡ ଅଘଟଣ ବର୍ତ୍ତିଯାଇଛି। ବ୍ୟାରିକେଡରେ ନିଆଁ ଲାଗିଯିବାରୁ ହଠାତ୍ ପରିବେଶ ଧୂଆଁମୟ ହୋଇପଡିଥିଲା। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
Powered by Froala Editor