ଦିନକରେ ଜେଫ ବେଜୋସଙ୍କର ସମ୍ପତି ୨୧୧୦୦ କୋଟି ଡଲାର ବୃଦ୍ଧି

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବୋଜୋସଙ୍କ ନେଟ ସମ୍ପତ୍ତି ମଙ୍ଗଳବାର ୨୧୧୦୦ କୋଟି ଡଲାରରେ ପହଞ୍ଚିଯାଇଛି । ଏହା ହେଉଛି ସର୍ବକାଳୀନ ରେକର୍ଡ । ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟଗନ ମାଇକ୍ରୋସଫ୍ଟ କର୍ପୋରେସନ ସହ କ୍ଲାଇଡ କମ୍ପୁ୍ୟଟିଂ କଣ୍ଟ୍ରାକ୍ଟ ରଦ୍ଧ କରିବା ପାଇଁ ଘୋଷଣା କରିଛି । ଏହା ପରେ ଆମାଜନର ସେୟାର ମୂଲ୍ୟରେ ୪.୭% ବୃଦ୍ଧି ଘଟିଛି । ଫଳରେ ବେଜୋସଙ୍କ ସମ୍ପତ୍ତି ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ବ୍ଲୁମ ବର୍ଗ ବିଲିୟନେୟା ସୂଚୀ ଅନୁସାରେ ସେୟାର ମୂଲ୍ୟରେ ବୃଦ୍ଧି ଫଳରେ ଜେଫ ବେଜୋସଙ୍କ ନେଟ ସମ୍ପତ୍ତି ଗୋଟିଏ ଦିନରେ ୮.୪୪ ବିଲିୟନ ଡଲାର (୬୨,୯୫୯ କୋଟି ଟଙ୍କା) ବୃଦ୍ଧି ପାଇଛି । ପେଣ୍ଟାଗନ ମଙ୍ଗଳବାର ପ୍ରକାଶ କରିଛି ଯେ ଏହା ମାଇକ୍ରୋସଫ୍ଟ ସହ ୧୦୦୦ କୋଟି ଡଲାରର କ୍ଲାଇଡ କମ୍ପୁ୍ୟଟିଂ ଚୁକ୍ତିକୁ ରଦ୍ଧ କରିଛି । କମ୍ପାନୀକୁ ଏହି କଣ୍ଟ୍ରାକ୍ଟ ୨୦୧୨ରେ ଦିଆଯାଇଥିଲା । ଏହି ଚୁକ୍ତିକୁ ନେଇ ଆମେରିକା ସରକାର ଏବଂ ଦେଶର ବଡ ଟେକ୍ନେଲୋଜି କମ୍ପାନୀ ଗୁଡିକ ମଧ୍ୟରେ ଅନେକ ବର୍ଷ ବିବାଦ ରହିଥିଲା । ଉପରୋକ୍ତ ନିଷ୍ପତ୍ତିର ଅର୍ଥ ହେଉଛି ପେଣ୍ଟାଗନ ଏବେ ମାଇକ୍ରୋସଫଟ ଏବଂ ଆମାଜନ ମଧ୍ୟରେ କାର୍ଯ୍ୟ ବାଣ୍ଟିବାକୁ ଚାହେଁ ।
Powered by Froala Editor