ଏହି ବ୍ୟକ୍ତିଙ୍କ ପାଇଁ ପାଲଙ୍ଗ ଜୁସ ବହୁତ ଲାଭଦାୟକ

ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଳଙ୍ଗ ଶାଗରେ ଥାଏ। ଏଥିରେ ଭିଟାମିନ୍, ମିନେରାଲ୍ସ, ମ୍ୟାଗ୍ନେସିୟମ ପୋଟାସିୟମ, ଆଇରନ୍ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ପାଳଙ୍ଗ ଶାଗର ଜୁସ୍ ପିଇଲେ ହାଡ ମଜଭୁତ ହୁଏ। ଗର୍ଭବତୀ ମହିଳାଙ୍କ ପାଇଁ ପାଳଙ୍ଗ ଜୁସ୍ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ତ୍ୱଚା ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ପାଳଙ୍ଗ ଜୁସ୍ ବେଶ୍ ଭଲ। ପାଳଙ୍ଗରେ କ୍ୟାରୋଟିନ୍ ଏବଂ କ୍ଲୋରୋଫିଲ୍ ଥିବାରୁ ଏହା କ୍ୟାନସର ଅଶାଙ୍କା ମଧ୍ୟ କିଛି ମାତ୍ରାରେ ଦୂର କରେ। ଏହାସହ ହଜମ ହେଉ ନ ଥିଲେ ପ୍ରତିଦିନ ପାଳଙ୍ଗ ଶାଗ ଜୁସ୍ ପିଅନ୍ତୁ।
ପାଳଙ୍ଗ ଶାଗ ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ ଅଟେ। ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସହାୟକ ହୋଇଥାଏ। ପାଳଙ୍ଗ ଶାଗରେ ଏମିନୋ ଏସିଡ, ଭିଟାମିନ ଏ, ବି, ସି, କେ, ଇ, ଆଏରନ, ଆୟୋଡିନ, ପୋଟାସିୟମ, ମ୍ୟାଗ୍ନେସିୟମରେ ଭରପୁର ହୋଇଥାଏ। ପାଳଙ୍ଗ ପତ୍ରର ଜୁସ ପିଇବା ଦ୍ବାରା ପାଚନ କ୍ରିୟା ଠିକ୍ ରହିଥାଏ। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ପାଲଙ୍ଗ ଜୁସ ବହୁତ ଲାଭଦାୟକ ହୋଇଥାଏ।
Powered by Froala Editor