ଟିକା ପାଇଁ ଗର୍ଭବତୀଙ୍କୁ ଲାଇନ ଦେବାକୁ ପଡ଼ିବନାହିଁ
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଟିକାଦାନ ପରେ ଏବେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ଆସିଛି । ତାହା ହେଲା ଏବେ ଯେମିତି ଟିକା ପାଇଁ ଲୋକେ ଲାଇନରେ ଛିଡ଼ା ହେଉଛନ୍ତି, ଗର୍ଭବତୀଙ୍କୁ କିନ୍ତୁ ଟିକା ପାଇଁ ଲାଇନ ଦେବାକୁ ପଡ଼ିବନାହିଁ ।
ଏ ସମ୍ପର୍କରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ତଥ୍ୟ ଦେଇ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯିବ । ସେମାନେ ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେ ନାହିଁ । ଟିକା ନେବାକୁ ଆସିଥିବା ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ରଖାଯିବ । ଟିକା ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ରହୁଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ । ଗର୍ଭବତୀ ଟିକା ନେଲେ କୌଣସି କ୍ଷତି ହେବ ନାହିଁ । ଟିକା ନେଲେ ଫଳପ୍ରଦ ହେବ ବୋଲି ଗର୍ଭବତୀଙ୍କୁ ସଚେତନ କରାଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
Powered by Froala Editor