ପ୍ରେମିକଙ୍କୁ ଅପହରଣ କଲା ପ୍ରେମିକା

ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। କମିସନରେଟ୍ ପୁଲିସ ଜଣେ ଟଙ୍କା ଲୋଭି ପ୍ରେମିକା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡା ଅଞ୍ଚଳରେ ଘଟିଛି।
ପ୍ରେମିକାଙ୍କ ଘର ଝାଡ଼ଖଣ୍ଡ ହୋଇଥିବାବେଳେ ଲିଭ୍ ଇନ୍ରେ ରହୁଥିଲେ। ତେବେ ପ୍ରେମିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଝାରପଡ଼ାରୁ ଉଠାଇ ଆଣିଥିଲେ ପ୍ରେମିକା। ଖାଲି ଏତିକି ନୁହେଁ, ଅପହରଣ ପରେ ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ବି ରଖିଥିଲେ ପ୍ରେମିକା। ଭଉଣୀଙ୍କ ପ୍ରେମିକଙ୍କୁ ଲଗାଇ ଏକ ଭଡ଼ା ଘରେ ରଖି ପ୍ରେମିକଙ୍କୁ ପ୍ରେମିକା ଜଣଙ୍କ ଅତ୍ୟାଚାର କରୁଥିବା ପୁଲିସ ଜାଣିବାକୁ ପାଇଛି।
ମଙ୍ଗଳବାର ରାତି ୧୦ଟାରେ ଝାରପଡ଼ା ଅଞ୍ଚଳର ସୋମନାଥ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗୋଟିଏ ଦିନ ହେବ ନିଖୋଜ ଥିଲେ ବୋଲି ଖବର ଆସିଥିଲା। ସୋମନାଥଙ୍କ ନିଖୋଜ ନେଇ ତାଙ୍କ ଭଉଣୀ ଥାନାରେ ଅଭିଯୋଗ ଆଣିଥିଲେ। ପୁଲିସ ମାମଲା ରୁଜୁ କରି ସୋମନାଥଙ୍କୁ ଉଦ୍ଧାର କରିବାକୁ କମ୍ ସମୟ ମଧ୍ୟରେ ୩ଟି ଟିମ୍ ଗଠନ କରିଥିଲା। ମୋବାଇଲ ଡ଼ାଟା, ଲୋକଙ୍କର ସାହାଯ୍ୟ ଓ ପୂର୍ବ ଘଟଣାବଳୀକୁ ଆଧାର କରି ପୁଲିସ ଖୋଜିବା ଆରମ୍ଭ କରି ଦେଇଥିଲା। ରାତିସାରା ଅଭିଯାନ ପରେ ସଫଳତା ହାସଲ କରିଥିଲା। ଏନେଇ ଅଧିକ ତଦନ୍ତ ଜାରି କରିଛି କମିଶନରେଟ୍ ପୁଲିସ।
Powered by Froala Editor