ଗଛ ତଳୁ ମୃତଦେହ ଉଦ୍ଧାର

ନୀଳଗିରି: ଆଜି ନୀଳଗିରି ଥାନା ପୁଲିସ ଗଛ ତଳୁ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହ ବସିଥିବା ଅବସ୍ଥାରେ ଉଦ୍ଧାର ହୋଇଛି ଏବଂ ବେକରେ ରଶି ଲାଗଛି। ତେଣୁ କେହି ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଘଟଣାସ୍ଥଳରେ ଛାନଭିନ ସହ ତଦନ୍ତ ଆରମ୍ଭ କରିଥିବା ପୁଲିସ ସୂଚନା ଦେଇଛି।
ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼଼ ମେଡ଼ିକାଲ ନିକଟ ରାସ୍ତାକଡ଼ ଗଛରେ ଏକ ମୃତଦେହ ବସି ଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତଦେହ ବସି ରହିଥିବା ଅବସ୍ଥାରେ ଗଛ ତଳେ ରହିଥିଲା ଏବଂ ବେକରେ ରଶି ଲାଗିଥିଲା। ଗଛ ତଳେ ମୃତଦେହ ବସି ତାକୁ କେହି ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିବା ସନ୍ଦେହ କରାଯାଉଛି। ମୃତକ ନୀଳଗିରି ଥାନା ପୋଖରିଆ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ନୀଳଗିରି ପୁଲିସ ଖବର ପାଇ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି।
Powered by Froala Editor