Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 25, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ...

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ...

  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ...

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ...

  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ ...

  • ବେଟି ବଚାଓ କହୁଥିବା ଦଳର ...

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

ରାଜ୍ୟ
Home ›› ରାଜ୍ୟ ››ଏହି ହିତାଧିକାରୀଙ୍କ କଟିବ ନାହିଁ ରେସନ କାର୍ଡ

ଏହି ହିତାଧିକାରୀଙ୍କ କଟିବ ନାହିଁ ରେସନ କାର୍ଡ

2025-03-28 04:55:02
14776
Share:
Facebook
Twitter
E-Mail
WhatsApp
Telegram
ଏହି ହିତାଧିକାରୀଙ୍କ କଟିବ ନାହିଁ ରେସନ କାର୍ଡ

ଭୁବନେଶ୍ବର : ଭୂତ ଓ ଅଯୋଗ୍ୟ ରେସନ କାର୍ଡ ହିତାଧିକାରୀ ଜାଣିବା ପାଇଁ ଇ-କେୱାଇସି ଅପଡେଟ୍‌ ଚାଲିଛି। କାର୍ଡ କଟିବା ନେଇ ହିତାଧିକାରୀଙ୍କ ମହଲରେ ଭୟ ଘାରିଛି। କମ୍ ରୋଜଗାର ଥିବା ଏବଂ ପ୍ରକୃତ ହିତାଧିକାରୀଙ୍କ କାର୍ଡ କଟିବ ନାହିଁ। କେନ୍ଦ୍ର ସରକାରଙ୍କ ନିର୍ଦେଶ ଏବଂ ମାର୍ଗଦର୍ଶିକ ଅନୁସାରେ ରାଜ୍ୟ ସରକାର ଇ-କେୱାଇସି ଅପଡେଟ୍‌ କରୁଛନ୍ତିଟ୍ଟ କିନ୍ତୁ ବିଜେଡି ସରକାର ଅମଳରେ ଓଏଏସ, ଡାକ୍ତର ଏବଂ ଇଞ୍ଜିନିୟର ଆଦି ବଡ଼ ଚାକିରି କରିଥିବା ଅନେକ ଲୋକ କାର୍ଡ ହାତେଇ ଥିଲେ। ଏମାନେ ସମସ୍ତେ ହେଉଛନ୍ତି ବିଜେଡିର ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇଛି। ବିଭାଗ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଇ-କେୱାଇସିରେ ଆୟକର ଦାଖଲ କରିଥିବା କେତେକ ହିତାଧିକାରୀ କାର୍ଡ ନେଇଥିବା ଜଣାପଡ଼ିଛି। ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଅଧିକାରୀମାନେ ଘରକୁ ଘର ଯାଇ ଯାଞ୍ଚ କରିବା ପାଇଁ ଜିଲାପାଳଙ୍କୁ ତାଲିକା ଦିଆଯାଇଛି। ଆୟକର ଦାଖଲ କରିଥିବା ସମସ୍ତ ହିତାଧିକାରୀଙ୍କ କାର୍ଡ କଟିବ ନାହିଁ। ଯେଉଁମାନଙ୍କର କାର, କୋଠଘର, ଭଲ ଆୟ ଥିବା ଯାଞ୍ଚରୁ ସ୍ପଷ୍ଟ ହେଲେ କାର୍ଡ କାଟି ଦିଆଯିବ। ଗ୍ରାମାଞ୍ଚଳରେ ମାସିକ ଆୟ ୧୦ ହଜାର ଏବଂ ସହରାଞ୍ଚଳରେ ମାସିକ ଆୟ ୧୫ ହଜାର ଥିବା ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦିଆଯିବ ବୋଲି କେନ୍ଦ୍ରୀୟ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଦୈନିକ ମଜୁରି ବଢ଼ିଛି। ଏହି ମାନଦଣ୍ଡକୁ ଦେଖିଲେ ଅନେକ ହିତାଧିକାରୀ ବାଦ ପଡ଼ିବେ ବୋଲି ସରକାରୀ ଦଳର କିଛି ସଦସ୍ୟ ଏବଂ ବିରୋଧୀ ଦଳ ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି। ସରକାର ଏହା ଉପରେ ଗୁରୁତର ସହ ବିଚାର କରୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରରେ  ୩ କୋଟି ୨୬ ଲକ୍ଷ ୭ ହଜାର ୯୭୩ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇଛନ୍ତି।  ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ଜଣ ପରିବାରର ୪ଲକ୍ଷ ୨୦ ହଜାର ୯୦୭ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି। ହିତାଧିକାରୀଙ୍କୁ ୧୧ ହଜାର ୮୧୦ ସୁଲଭ ମୂଲ୍ୟ ଦୋକାନରେ ବାର୍ଷିକ ୨୨.୮୮ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି। ରେସନ କାର୍ଡକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ହିତାଧିକାରୀଙ୍କ ଇ-କେୱାଇସି କରାଯାଉଛି। ୧୧ ହଜାର ୮୧୦ଟି ଖାଉଟି ସୁଲଭ ମୂଲ୍ୟ ଦୋକାନରେ ଇ-କେୱାଇସି ଅପଡେଟ କରାଯାଉଛି। ମାର୍ଚ୍ଚ ୨୦ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ହଜାର ୩୨୭ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ରାଜ୍ୟ ବାହାରେ ଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ ହିତାଧିକାରୀଙ୍କ ଇ-କେୱାଇସି ହୋଇଛି। ସୁତରାଂ ସମୁଦାୟ ୯୧ଧ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇଛି। ଏହି ଯାଞ୍ଚ ଦ୍ବାରା ମାର୍ଚ୍ଚ ୨୪ ସୁଦ୍ଧା ୪ ଲକ୍ଷ ୩୧ ହଜାର ୮୪୬ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛି। ସେହିପରି ୨୪ ହଜାର ୧୨୨ଜଣ ଅଯୋଗ୍ୟ ରେସନ କାର୍ଡଧାରୀ ଯାହାଙ୍କର ପରିବାର ସଦସ୍ୟ ସଂଖ୍ୟା ୯୧ ହଜାର ୨୮୦ଙ୍କୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍ ଦିଆଯାଇଛି।

ଇ-କେୱାଇସି ଅପଡେଟ ଆରମ୍ଭଠାରୁ ମାର୍ଚ୍ଚ ୨୪ ସୁଦ୍ଧା ୫ ଲକ୍ଷ ୨୩ ହଜାର ୧୨୬ ସଦସ୍ୟଙ୍କୁ ଖାଦ୍ୟ ସୁରକ୍ଷା ତଥ୍ୟାବଳୀରୁ ବାଦ୍ ଦିଆଯାଇଛି। ଏହାଦ୍ବାରା ମାସିକ ୯.୯୪କୋଟି ଟଙ୍କା ପାଣ୍ଠି ସଞ୍ଚୟ ହୋଇଛି। ବାଦ ଦିଆଯାଇଥିବା ସ୍ଥାନରେ ନୂଆ ଆବେଦନକାରୀଙ୍କୁ ସାମିଲ କରାଯିବ। ଏହି ଯୋଜନା ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪୪୬.୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ୩୪୧ଟି ଖାଉଟି ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟରନେଟ ନଥିବାରୁ ଇ-କେୱାଇସି କରାଯାଇଛି। ଗରିବ ଲୋକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପୋର୍ଟାଲ ଖୋଲାଯାଇଛି। ୬ଲକ୍ଷ ୮୫ ହଜାର ୨୧ଟି ଆବେଦନ ଆସିଛି, ଯାହାର ସଦସ୍ୟ ସଂଖ୍ୟା ୧୩ ଲକ୍ଷ ୮୬ ହଜାର ୩୯୯ ପଞ୍ଜିକୃତ ହୋଇଛି। ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ୩ଲକ୍ଷ ୫ ହଜାର ୧୭୨ଜଣ ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ଯୋଜନାରେ ସାମିଲ କରାଯାଇଛି।

Powered by Froala Editor

Tags Ration card

Related articles Odisha News Lens 4.1

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ
    ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14240
    Jun 24, 2025
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ
    ଦେଶ-ଦେଶାନ୍ତର

    ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ

    14064
    Jun 24, 2025
  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ
    ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13767
    Jun 24, 2025
  • ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ
    ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13671
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14179
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13985
    Jun 24, 2025
  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ
    ରାଜନୀତି

    ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15316
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ
    ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13609
    Jun 24, 2025
  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...
    ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...

    14315
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13609
    Jun 24, 2025
  • ରାଜନୀତି

    ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15316
    Jun 24, 2025
  • ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13671
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17014
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14965
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13985
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15881
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15206
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    16030
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14999
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13794
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15316
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14965
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13985
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In