Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ...

  • ବାଙ୍କିପୁର ବିଧାନସଭା ଉପନିର୍ବାଚନ: ...

  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ ...

  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ...

  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

  • ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ...

  • ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ...

  • ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ...

  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ...

  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ...

ରାଜ୍ୟ
Home ›› ରାଜ୍ୟ ››ଏହି ହିତାଧିକାରୀଙ୍କ କଟିବ ନାହିଁ ରେସନ କାର୍ଡ

ଏହି ହିତାଧିକାରୀଙ୍କ କଟିବ ନାହିଁ ରେସନ କାର୍ଡ

2025-03-28 04:55:02
14870
Share:
Facebook
Twitter
E-Mail
WhatsApp
Telegram
ଏହି ହିତାଧିକାରୀଙ୍କ କଟିବ ନାହିଁ ରେସନ କାର୍ଡ

ଭୁବନେଶ୍ବର : ଭୂତ ଓ ଅଯୋଗ୍ୟ ରେସନ କାର୍ଡ ହିତାଧିକାରୀ ଜାଣିବା ପାଇଁ ଇ-କେୱାଇସି ଅପଡେଟ୍‌ ଚାଲିଛି। କାର୍ଡ କଟିବା ନେଇ ହିତାଧିକାରୀଙ୍କ ମହଲରେ ଭୟ ଘାରିଛି। କମ୍ ରୋଜଗାର ଥିବା ଏବଂ ପ୍ରକୃତ ହିତାଧିକାରୀଙ୍କ କାର୍ଡ କଟିବ ନାହିଁ। କେନ୍ଦ୍ର ସରକାରଙ୍କ ନିର୍ଦେଶ ଏବଂ ମାର୍ଗଦର୍ଶିକ ଅନୁସାରେ ରାଜ୍ୟ ସରକାର ଇ-କେୱାଇସି ଅପଡେଟ୍‌ କରୁଛନ୍ତିଟ୍ଟ କିନ୍ତୁ ବିଜେଡି ସରକାର ଅମଳରେ ଓଏଏସ, ଡାକ୍ତର ଏବଂ ଇଞ୍ଜିନିୟର ଆଦି ବଡ଼ ଚାକିରି କରିଥିବା ଅନେକ ଲୋକ କାର୍ଡ ହାତେଇ ଥିଲେ। ଏମାନେ ସମସ୍ତେ ହେଉଛନ୍ତି ବିଜେଡିର ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇଛି। ବିଭାଗ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଇ-କେୱାଇସିରେ ଆୟକର ଦାଖଲ କରିଥିବା କେତେକ ହିତାଧିକାରୀ କାର୍ଡ ନେଇଥିବା ଜଣାପଡ଼ିଛି। ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଅଧିକାରୀମାନେ ଘରକୁ ଘର ଯାଇ ଯାଞ୍ଚ କରିବା ପାଇଁ ଜିଲାପାଳଙ୍କୁ ତାଲିକା ଦିଆଯାଇଛି। ଆୟକର ଦାଖଲ କରିଥିବା ସମସ୍ତ ହିତାଧିକାରୀଙ୍କ କାର୍ଡ କଟିବ ନାହିଁ। ଯେଉଁମାନଙ୍କର କାର, କୋଠଘର, ଭଲ ଆୟ ଥିବା ଯାଞ୍ଚରୁ ସ୍ପଷ୍ଟ ହେଲେ କାର୍ଡ କାଟି ଦିଆଯିବ। ଗ୍ରାମାଞ୍ଚଳରେ ମାସିକ ଆୟ ୧୦ ହଜାର ଏବଂ ସହରାଞ୍ଚଳରେ ମାସିକ ଆୟ ୧୫ ହଜାର ଥିବା ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦିଆଯିବ ବୋଲି କେନ୍ଦ୍ରୀୟ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଦୈନିକ ମଜୁରି ବଢ଼ିଛି। ଏହି ମାନଦଣ୍ଡକୁ ଦେଖିଲେ ଅନେକ ହିତାଧିକାରୀ ବାଦ ପଡ଼ିବେ ବୋଲି ସରକାରୀ ଦଳର କିଛି ସଦସ୍ୟ ଏବଂ ବିରୋଧୀ ଦଳ ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି। ସରକାର ଏହା ଉପରେ ଗୁରୁତର ସହ ବିଚାର କରୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରରେ  ୩ କୋଟି ୨୬ ଲକ୍ଷ ୭ ହଜାର ୯୭୩ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇଛନ୍ତି।  ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ଜଣ ପରିବାରର ୪ଲକ୍ଷ ୨୦ ହଜାର ୯୦୭ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି। ହିତାଧିକାରୀଙ୍କୁ ୧୧ ହଜାର ୮୧୦ ସୁଲଭ ମୂଲ୍ୟ ଦୋକାନରେ ବାର୍ଷିକ ୨୨.୮୮ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି। ରେସନ କାର୍ଡକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ହିତାଧିକାରୀଙ୍କ ଇ-କେୱାଇସି କରାଯାଉଛି। ୧୧ ହଜାର ୮୧୦ଟି ଖାଉଟି ସୁଲଭ ମୂଲ୍ୟ ଦୋକାନରେ ଇ-କେୱାଇସି ଅପଡେଟ କରାଯାଉଛି। ମାର୍ଚ୍ଚ ୨୦ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ହଜାର ୩୨୭ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ରାଜ୍ୟ ବାହାରେ ଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ ହିତାଧିକାରୀଙ୍କ ଇ-କେୱାଇସି ହୋଇଛି। ସୁତରାଂ ସମୁଦାୟ ୯୧ଧ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇଛି। ଏହି ଯାଞ୍ଚ ଦ୍ବାରା ମାର୍ଚ୍ଚ ୨୪ ସୁଦ୍ଧା ୪ ଲକ୍ଷ ୩୧ ହଜାର ୮୪୬ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛି। ସେହିପରି ୨୪ ହଜାର ୧୨୨ଜଣ ଅଯୋଗ୍ୟ ରେସନ କାର୍ଡଧାରୀ ଯାହାଙ୍କର ପରିବାର ସଦସ୍ୟ ସଂଖ୍ୟା ୯୧ ହଜାର ୨୮୦ଙ୍କୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍ ଦିଆଯାଇଛି।

ଇ-କେୱାଇସି ଅପଡେଟ ଆରମ୍ଭଠାରୁ ମାର୍ଚ୍ଚ ୨୪ ସୁଦ୍ଧା ୫ ଲକ୍ଷ ୨୩ ହଜାର ୧୨୬ ସଦସ୍ୟଙ୍କୁ ଖାଦ୍ୟ ସୁରକ୍ଷା ତଥ୍ୟାବଳୀରୁ ବାଦ୍ ଦିଆଯାଇଛି। ଏହାଦ୍ବାରା ମାସିକ ୯.୯୪କୋଟି ଟଙ୍କା ପାଣ୍ଠି ସଞ୍ଚୟ ହୋଇଛି। ବାଦ ଦିଆଯାଇଥିବା ସ୍ଥାନରେ ନୂଆ ଆବେଦନକାରୀଙ୍କୁ ସାମିଲ କରାଯିବ। ଏହି ଯୋଜନା ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪୪୬.୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ୩୪୧ଟି ଖାଉଟି ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟରନେଟ ନଥିବାରୁ ଇ-କେୱାଇସି କରାଯାଇଛି। ଗରିବ ଲୋକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପୋର୍ଟାଲ ଖୋଲାଯାଇଛି। ୬ଲକ୍ଷ ୮୫ ହଜାର ୨୧ଟି ଆବେଦନ ଆସିଛି, ଯାହାର ସଦସ୍ୟ ସଂଖ୍ୟା ୧୩ ଲକ୍ଷ ୮୬ ହଜାର ୩୯୯ ପଞ୍ଜିକୃତ ହୋଇଛି। ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ୩ଲକ୍ଷ ୫ ହଜାର ୧୭୨ଜଣ ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ଯୋଜନାରେ ସାମିଲ କରାଯାଇଛି।

Powered by Froala Editor

Tags Ration card

Related articles Odisha News Lens 4.1

  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର
    ଦେଶ-ଦେଶାନ୍ତର

    ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14629
    Jul 06, 2026
  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ
    ଦେଶ-ଦେଶାନ୍ତର

    ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

    15351
    Jul 06, 2026
  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ...
    ଦେଶ-ଦେଶାନ୍ତର

    ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ...

    13936
    Jul 06, 2026
  • ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

    13801
    Jul 06, 2026
  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ

    13753
    Jul 06, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା
    ବିଶେଷ

    ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15149
    Jul 06, 2026
  • ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ଭାରତ କେତେ ସ୍ଥାନରେ ଅଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ଭାରତ କେତେ ସ୍ଥାନରେ ଅଛି ଜାଣନ୍ତୁ

    13988
    Jul 06, 2026
  • ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ନେବେ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ନେବେ ନିଷ୍ପତ୍ତି

    15027
    Jul 06, 2026
  • ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା
    ଅପରାଧ

    ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା

    15367
    Jul 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

    15351
    Jul 06, 2026
  • ଦେଶ-ଦେଶାନ୍ତର

    ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14629
    Jul 06, 2026
  • ଦେଶ-ଦେଶାନ୍ତର

    ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ମୃତ୍ୟୁ

    13936
    Jul 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16965
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17576
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17628
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18028
    Sep 06, 2023

ବିଶେଷ

  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15149
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15162
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15165
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14591
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14355
    Jun 28, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15830
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15699
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13802
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14914
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ମୃତ୍ୟୁ

    13936
    Jul 06, 2026
  • ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା

    15367
    Jul 06, 2026
  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14629
    Jul 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In