ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ
ପୁରୀ: ପୁରୀ ଜିଲ୍ଲା ଗୁଡିଆ ପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ। ଆଜି ସକାଳେ ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ବସ୍ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଜଣ ଶିଶୁ ଥିବା ଜଣାପଡିଛି। ମୃତକ ମାନେ ଖୋର୍ଦ୍ଧା ଜିଲ୍ଲାର ଝିଲ୍ଲି ପ୍ରଧାନ ଏବଂ ଶ୍ରିୟାଶୁଂ ପ୍ରଧାନ ବୋଲି ଜଣାପଡିଛି। ଦୁର୍ଘଟଣାରେ ବସ୍ ର ସାମ୍ନା ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍ଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor