ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରୁ ନିଲମ୍ବିତ
ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ବୁଧବାର ଉଭୟ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ନିଲମ୍ବିତ ହୋଇଛନ୍ତି। ବାଚସ୍ପତିଙ୍କ ତାଗିଦ୍ ସତ୍ବେ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନା ପ୍ରଶ୍ନକାଳ ସମୟରେ ଗୃହରେ ଘଣ୍ଟ ପିଟି ପ୍ରତିବାଦ କରିଥିଲେ।
Powered by Froala Editor