ଭିସୁଟ୍ରେ ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ନିଲମ୍ବିତ
ବୁର୍ଲା : ବୁର୍ଲା ସ୍ଥିତ ଭିସୁଟ୍ରେ ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଦୀପକ କୁମାର ସାହୁ କାର୍ଯ୍ୟରେ ଅବହେଳା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସେ ବିଶ୍ବବିଦ୍ୟାଳୟ ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଡଃ ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି। କୁଳପତିଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନିର୍ଦେଶନାମା ସଂଖ୍ୟା-୪୦୨୦୨୫/ତା ୨୪ା୩ ୨୦୨୫ରେ କ୍ଲାସ ନ କରି ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସିବା, ଦୃଷ୍ଟିକଟୁ ଅବସ୍ଥାରେ ଶୋଇ ରହୁଥିବାରୁ ସହଯୋଗୀ ପ୍ରଫେସର ଶ୍ରୀ ପରମଗୁରୁଙ୍କୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି। ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହି। ମୁଖ୍ୟ କାର୍ଯ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକ୍ଟରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦେଶ ଦିଆଯାଇଛି। କୁଳପତିଙ୍କ ବିନା ଅନୁମତିରେ ସେ ଛୁଟିରେ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି। ପୂର୍ବରୁ ମଧ୍ୟ ନିଶାସେବନ କରି ଆସୁଥିବା ଶ୍ରୀ ପରମଗୁରୁଙ୍କ ବିରୋଧରେ କେତେକ ମହିଳା ସହକର୍ମୀ ଅଭିଯୋଗ କରିଥିଲେ।
Powered by Froala Editor