କଣ୍ଟିଲୋରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଣ୍ଟିଲୋରେ ପହଞ୍ଚିଛନ୍ତି। ସୋମବାର ଭୁବନେଶ୍ଵରରେ ପହଞ୍ଚିବାପରେ ସେଠାରୁ ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋରେ ଯାଇ ପହଞ୍ଚିଛନ୍ତି ମହାମହିମ। ତାଙ୍କ ସହ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କଣ୍ଟିଲୋରେ ପହଞ୍ଚିଛନ୍ତି। ଏଠାରେ ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି। ଏଥିପାଇଁ ନୀଳମାଧବ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯିବାସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହାପରେ କାଳିଆପଲ୍ଲୀ ଯାଇ ସେଠାରେ ବିଶ୍ଵାବସୁ ସମ୍ପ୍ରଦାୟର ଯଜ୍ଞରେ ସାମିଲ ହୋଇ ପୂର୍ଣ୍ଣାହୂତି ଦେବେ ମହାମହିମ।
Powered by Froala Editor