Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ...

  • ପ୍ରଶ୍ନପତ୍ର ପ୍ରଘଟ ଘଟଣା: କଠୋର ଦଣ୍ଡ ଦେବା ...

  • ଭାରତୀୟ ନୌସେନାରେ ସାମିଲ ହେଲା ...

  • ପୁରା ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ...

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ...

  • ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ

  • ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ

  • ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ...

  • ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ...

  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ...

ରାଜ୍ୟ
Home ›› ରାଜ୍ୟ ››କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି

କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି

2025-03-23 06:05:17
15558
Share:
Facebook
Twitter
E-Mail
WhatsApp
Telegram
କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି। କୁଆପଥର ବର୍ଷା ଏବଂ ପବନ ଯୋଗୁଁ ଶୁକ୍ରବାର ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ଘରଦ୍ବାର ଭାଙ୍ଗିବା ସହିତ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ଗଞ୍ଜାମ ଜିଲାରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି ଘଟିଛି। ବଜ୍ରପାତରେ ଗଞ୍ଜାମ ଏବଂ ପୁରୀ ଜିଲାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ଝଡବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲାପାଳମାନେ ଏଥିପ୍ରତି ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଶନିବାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, କଟକ, ଭୁବନେଶ୍ବର, ଭଦ୍ରକ, ଗଞ୍ଜାମ, ଝାରସୁଗୁଡା, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ ନୟାଗଡ ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ଝଡବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ମି.ମି. ବର୍ଷା ହୋଇଥିବା ବେଳେ ଆଜି ଛତ୍ରପୁରରେ ସବୁଠୁ ଅଧିକ ୬୨.୮ମି.ମି. ବର୍ଷା ହୋଇଛି। କଟକରେ ୨୧.୨ମି.ମି, ବାଲେଶ୍ବର ୧୫ମି.ମି. ଚାନ୍ଦବାଲି ୧୬.୪ମି.ମି. ଗୋପାଳପୁର ୧୪.୨ମି.ମି ଏବଂ ଭୁବନେଶ୍ବରରେ ୩ମି.ମି. ବର୍ଷା ହୋଇଛି। ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ୨୩ ଡିଗ୍ରୀ ତଳକୁ ଖସିବା ସହିତ ଦିନରେ ଶୀତ ଅନୁଭୂତ ହୋଇଛି। ବାଲେଶ୍ବରରେ ଦିନ ତାପମାତ୍ରା ୨୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକ ୨୬, ଭୁବନେଶ୍ବର ୨୫.୪, ବାରିପଦା ୨୩, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ କେନ୍ଦ୍ରାପଡାରେ ଦିନ ତାପମାତ୍ରା ୨୪ ଡିଗ୍ରୀ ରହିଥିଲା। ଗଞ୍ଜାମ ଜିଲାରେ କାଳବୈଶାଖୀ ପ୍ରଭାବରେ ଗଛଡାଳ ଭାଙ୍ଗି ପଡିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି।
ଶନିବାର ବଜ୍ରପାତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ରାଜେଶ ଗୌଡ଼ ଓ ମନୋଜ ନାୟକ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ବମକେଇରୁ ନାରାୟଣପୁର ଫେରୁଥିବା ସମୟରେ ରାଜେଶ ଗୌଡ଼ ବଜ୍ରପାତ ଯୋଗୁଁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ; କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ପୁରୀ ଜିଲା ବ୍ରହ୍ମଗିରିରେ କାଳବେଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ଲାଗି ରହିଛି। ବ୍ରହ୍ମଗିରି ଥାନା ଗୋବର୍ଦ୍ଧନପୁର ଗାଁର ଦୁଃଶାସନ ନାୟକଙ୍କ ବଡ଼ ପୁଅ ମନୋଜ ନାୟକ କ୍ଷେତକୁ ଯାଇଥିଲେ। ବଜ୍ରପାତରେ ଗୁରୁତର ମନୋଜଙ୍କୁ ତାଙ୍କ ପରିବାର ଓ ଗାଁ ଲୋକେ ପୁରୀ ସଦର ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇଥିବାରୁ ଏମ୍‌କେସିଜି ମେଡିକାଲରେ ପାଣି ପଶିଛି। ଏଠାରେ ଟିକଟ୍‌ କାଉଣ୍ଟରରେ ବର୍ଷା ପାଣି ପଶିଯିବାରୁ କାର୍ଯ୍ୟ ବନ୍ଦ ରହିଛି। ଡାକ୍ତରଖାନାରେ ବର୍ଷା ପାଣି ପ୍ରବେଶ ଦ୍ବାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାରେ ସହର ଜଳମଗ୍ନ ହେବା ସହିତ ପବନ ଯୋଗୁଁ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ। ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ରବାୟୁ ଏବଂ ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲାରେ କାଳବୈଶାଖୀ ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଏବଂ ଗଜପତି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ବର୍ଷା ପବନ ଏବଂ ବଜ୍ରପାତ ଆଶଙ୍କା ଥିବାରୁ ଲୋକେ ପଦାକୁ ନଯାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Powered by Froala Editor

Tags Kalabaisakhi

Related articles Odisha News Lens 4.1

  • ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ
    ଦେଶ-ଦେଶାନ୍ତର

    ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ

    15546
    Jul 23, 2026
  • ପ୍ରଶ୍ନପତ୍ର ପ୍ରଘଟ ଘଟଣା: କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଫାଷ୍ଟ-ଟ୍ରାକ୍ କୋର୍ଟ ...
    ଦେଶ-ଦେଶାନ୍ତର

    ପ୍ରଶ୍ନପତ୍ର ପ୍ରଘଟ ଘଟଣା: କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଫାଷ୍ଟ-ଟ୍ରାକ୍ କୋର୍ଟ ...

    13991
    Jul 23, 2026
  •  ଭାରତୀୟ ନୌସେନାରେ ସାମିଲ ହେଲା ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମାଲଭାନ୍
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନାରେ ସାମିଲ ହେଲା ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମାଲଭାନ୍

    13621
    Jul 23, 2026
  • ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ଆଇନଗତ କାର୍ଯ୍ୟାନୁଷ୍ଠାନ
    ଦେଶ-ଦେଶାନ୍ତର

    ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ଆଇନଗତ କାର୍ଯ୍ୟାନୁଷ୍ଠାନ

    14950
    Jul 23, 2026
  • ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ...
    ରାଜନୀତି

    ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ...

    15271
    Jul 24, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା
    ବାଣିଜ୍ୟ

    ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15736
    Jul 22, 2026
  • ପୁରା ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ କଲ୍ୟାଣ ବାନାର୍ଜୀ
    ଦେଶ-ଦେଶାନ୍ତର

    ପୁରା ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ କଲ୍ୟାଣ ବାନାର୍ଜୀ

    15524
    Jul 23, 2026
  • ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ
    ଦେଶ-ଦେଶାନ୍ତର

    ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ

    15202
    Jul 23, 2026
  • ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍‌ : ରାହୁଲ ଗାନ୍ଧୀ
    ଦେଶ-ଦେଶାନ୍ତର

    ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍‌ : ରାହୁଲ ଗାନ୍ଧୀ

    15700
    Jul 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15736
    Jul 22, 2026
  • ଦେଶ-ଦେଶାନ୍ତର

    ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍‌ : ରାହୁଲ ଗାନ୍ଧୀ

    15700
    Jul 23, 2026
  • ଦେଶ-ଦେଶାନ୍ତର

    ପୁରା ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ କଲ୍ୟାଣ ବାନାର୍ଜୀ

    15524
    Jul 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16993
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17600
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17653
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18054
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15197
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    15958
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14208
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14485
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14826
    Jul 12, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କୋଇଲା ଖଣି, ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକର ୧୮୦ ରୁ ଅଧିକ ଯକ୍ଷ୍ମା (ଟିବି) ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା, ପରାମର୍ଶ ଏବ ...

  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15736
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15288
    Jul 21, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13890
    Jul 20, 2026
  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14106
    Jul 19, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ

    15546
    Jul 23, 2026
  • ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ

    15202
    Jul 23, 2026
  • ପ୍ରଶ୍ନପତ୍ର ପ୍ରଘଟ ଘଟଣା: କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି

    13991
    Jul 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In