ରତ୍ନଭଣ୍ଡାର: ସତ୍ୟପାଠ ଦ୍ୱନ୍ଦ୍ୱ ନେଇ ସ୍ପଷ୍ଟିକରଣ ମାଗିଲେ ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ଏବଂ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଦୁଇ ଦୁଇଟି ପୃଥକ ସତ୍ୟପାଠକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବାରୁ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ୨୦୨୪ ଜାନୁଆରୀ ୨୯ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ୨୦୨୪ ଏପ୍ରିଲ ୪ ସତ୍ୟପାଠରେ ସାର୍ବଜନୀନ କରିବାକୁ ସରକାର ରାଜି ବୋଲି କୁହାଯାଇଛି। ତେଣୁ ଉଭୟ ସତ୍ୟପାଠ ଉପରେ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୁହାଯାଇଛି।
Powered by Froala Editor