୧୦ ବସ୍ତା ଭର୍ତ୍ତି ଦେଶୀ ମଦ ଜବତ
ସିମୁଳିଆ: ସିମୁଳିଆ ପୁଲିସକୁ ବଡ଼ ସଫଳତା । ଗୋଡ଼ାଇ ଗୋଡ଼ାଇ ଧରିଲା ବୋଲେରୋ ସହ ଦେଶୀ ମଦ । ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ସୂଚନା ମୂତାବକ ସିମୁଳିଆ ନୂତନ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ପୁଲିସ୍ ପାଟ୍ରୋଲିଂ କରୁଥିଲା। ଏତିକିବେଳେ ସୋର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋକୁ ପିଛା କରି ଜାମୁଝାଡ଼ି ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ ।ଯାଞ୍ଚ ସମୟରେ ଗାଡିରୁ ୧୦ ବସ୍ତା ଭର୍ତ୍ତି ଦେଶୀ ମଦ ଜବତ କରିଥିଲେ। ଯାହା ୫୦୦ ଲିଟରରୁ ଅଧିକ ହେବା ନେଇ ସୂଚନା ମିଳିଛି। ଏଥିରେ ସମ୍ପୃକ୍ତ ଥିବା ମୟୁରଭଞ୍ଜ ଜିଲ୍ଲା ଶରତ ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଦେଶୀ ମଦ ମୟୁରଭଞ୍ଜ ଜିଲ୍ଲାରୁ ମାର୍କୋଣା ଆଡ଼କୁ ଆସୁଥିବା ନେଇ ଆଇଆଇସି ସୂଚନା ଦେଇଛନ୍ତି ।
Powered by Froala Editor