ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ୬ ବର୍ଷ

ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) 2020 କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ 6 ବର୍ଷ କିମ୍ବା ତା’ଠାରୁ ଅଧିକ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖକୁ ବୟସ ସୀମା ଧରାଯିବ ।
ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ସୁନିଶ୍ଚିତ କରିବା ପାଇଁ ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ଛାତ୍ରଛାତ୍ରୀମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ପାଇଁ ଛଅ ବର୍ଷ ବୟସ ପୂରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କହିଛି।
Powered by Froala Editor