ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଛକ ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ବାଙ୍ଗୁରା ଗ୍ରାମର ଅଚ୍ୟୁତାନନ୍ଦ ନାଏକଙ୍କ ପୁଅ ଆଲୋକ ନାଏକ (୨୪ ) ଆମ୍ବୁଲାନ୍ସ ସେବାରେ କାର୍ଯ୍ୟରତ ଥିବାବେଳେ କର୍ତ୍ତବ୍ୟ ସାରି ସହଯୋଗୀ ଦୀନବନ୍ଧୁ ନାଏକଙ୍କ ସହିତ ଏକ ବାଇକରେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଫେରିବା ସମୟରେ ବାଉଁଶପାଳ ଛକଠାରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆଲୋକଙ୍କର ମୃତ୍ୟୁ ହୋଇଛି।
Powered by Froala Editor