ପ୍ରଧାନମମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲେ ପିତାମ୍ବର
ଭୁବନେଶ୍ୱର: ପ୍ରଧାନମମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛିି । ତେବେ ଏହି ଦୁର୍ନୀତିର ସିବିଆଇ ତଦନ୍ତ କରାଯିବା ନେଇ ବିଜେପି ଦାବି କରିଛି । ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏହି ଦାବି କରିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ସବୁ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ଅଫିସର ମୁଣ୍ଡରେ ଅଠା ବୋଲି ଖସୁଛନ୍ତି । ଆବାସ ଦୁର୍ନୀତି ପ୍ରସଙ୍ଗରେ ବିଜେପି ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯିବ । ଆବାସ ଦୁର୍ନୀତିର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ବା ସିବିଆଇ ଦ୍ୱାରା ହେଉ ବୋଲି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି ।
ପୂର୍ବରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ହୋଇଛି ବୋଲି ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅଭିଯୋଗ ଆଣିଥିଲେ ।
ସେ କହିଥିଲେ ଯେ, କେନ୍ଦ୍ରୀୟ ତଦନ୍ତକାରୀ ଟିମ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଅଯୋଗ୍ୟ ହିତାଧିକାରୀଙ୍କ ବାପା ନାମରେ ଘର ମିଳିଛି । ନିଆଳି ବ୍ଲକରେ ଗୁହାଳ ପାଇଁ ବି ଅର୍ଥ ଦିଆଯାଇଛି । ଆବଣ୍ଟିତ ଘରେ ବିଜୁ ପକ୍କାଘର ଫଳକ ବଡ଼ ଆକରରେ ଲଗାଯାଇଛି । ୯୮, ୫୬୨ ଜଣ ହିତାଧିକାରୀଙ୍କୁ ମାନୁଆଲି ପାଣ୍ଠି ହସ୍ତାନ୍ତର କରାଯାଇଛି ।
ପ୍ରତି ଘର ପାଇଁ ଲକ୍ଷେ ୨୦ ହଜାର ହିସବାରେ ପ୍ରାୟ ହଜାରେ କୋଟିର ଦୁର୍ନୀତି ହୋଇଛି । ଅଧିକାଂଶ ଘର ନିର୍ମାଣ ନିମ୍ନମାନର । ଝରକା ଓ ଶୌଚାଳୟ ଆଦି ନାହିଁ । ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନାହିଁ । ଝାରସୁଗୁଡ଼ାକୁ ମାତ୍ର ୪ଟି ଘର ମିଳିଛି । ତେବେ ଆବାସ ଦୁର୍ନୀତି ପ୍ରତିବାଦରେ ଆସନ୍ତା ୭, ୮ ଓ ୯ ତାରିଖରେ ବିଜେପି ଆନେ୍ଦାଳନ କରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଥିଲେ ।
Powered by Froala Editor