କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ: ନିରଞ୍ଜନ
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦେଶରେ ବଢୁଥିବା ତେଲ ଦରକୁ ନେଇ ପିସିସି ସଭାପତି କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ । ଦର ବଢୁଥିବାବେଳେ ରାଜ୍ୟ ସରକାରଙ୍କ ମଧ୍ୟ ଦୟା ନାହିଁ । ଏହି ମହଙ୍ଗାମାଡର ଲୋକେ ସଠିକ୍ ଜବାବ ଦେବେ।
ଆସନ୍ତା ୭ରୁ ୧୭ଯାଏଁ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ । ୭ରେ ପ୍ରତ୍ୟେକ ବ୍ଲକ ଆଗରେ ଦଳ ପ୍ରତିବାଦ କରିବ । ୯ରେ ଜିଲ୍ଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ନେଇ ପ୍ରତିବାଦ ହେବ । ୧୫ରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରାଯିବ ।
ଅନ୍ୟପକ୍ଷରେ କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁ ତଥ୍ୟ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ମାସେ ଧରି ଦଳ କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁର ତଥ୍ୟ ସଂଗ୍ରହ କରିବ । ଘରଘର ବୁଲି ତଥ୍ୟ ସଂଗ୍ରହ କରିବ କଂଗ୍ରେସ କର୍ମୀ । ଏହାକୁ ଏଆଇସିସି ନିକଟରେ ଦାଖଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାତି ନିରଂଜନ ପଟ୍ଟନାୟକ ।
Powered by Froala Editor