ପରିତ୍ୟକ୍ତ କୂଅରୁ ୨ ବାରହା ଛୁଆ ଉଦ୍ଧାର
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଧି ଓଡିଆରପି କଲୋନୀ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଦୁଇ ବାର୍ହା ଛୁଆ ଉଦ୍ଧାର କରାଯାଇଛି । ଚିକିତ୍ସା ପରେ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଓଡିଆରପି କଲୋନୀ ନିକଟରେ ଜଣେ ବ୍ୟକ୍ତି ମଇଁଷି ଚରାଉଥିବା ବେଳେ ନିକଟରେ ଥିବା ପରିତ୍ୟକ୍ତ କୂଅ ଭିତରୁ କିଛି ଶଦ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ସେ ସେଠାକୁ ଯାଇଥିଲେ । କୂଅ ଭିତରେ ଦୁଇ ବାର୍ହା ଛୁଆ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ବନ କର୍ମଚାରୀ ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଜଣାଇଥିଲେ । ଖବରପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବାର୍ହା ଛୁଆ ଦୁଇଟିକୁ ଉଦ୍ଧାର କରିଥିଲେ । ନିକଟସ୍ଥ ଜଙ୍ଗଲରୁ ବାର୍ହା ଛୁଆମାନେ ଚାଲି ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor