କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଏହି ଜିନିଷ ଡେଲଟା ପ୍ରଜାତି କବଳରୁ ସୁରକ୍ଷା ଦେବ
ନୂଆଦିଲ୍ଲୀ: କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଗୋଟିଏ ଡୋଜ ଟିକା ଡେଲଟା ପ୍ରଜାତି କବଳରୁ ସୁରକ୍ଷା ଦେବ । ସଂକ୍ରମିତ ହୋଇନଥିବା ବ୍ୟକ୍ତି କୋଭିସିଲ୍ଡର ୨ ଡୋଜ ଟିକା ନେଇଥିଲେ ବି ସେମାନଙ୍କ ତୁଳନାରେ କୋଭିଡରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ଗୋଟିଏ ଡୋଜ ଟିକା ଅଧିକ ସୁରକ୍ଷା ପ୍ରଦାନ କରିବ । ଆଇସିଏମଆର ଦ୍ୱାରା ହୋଇଥିବା ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଅଧ୍ୟୟନରେ ଏହା କୁହାଯାଇଛି ଯେ ସାଧାରଣ ଭାବେ ସୃଷ୍ଟ ରୋଗ ପ୍ରତିରୋଧକ ଶକ୍ତି ଡେଲଟା ପ୍ରଜାତିରୁ ସୁରକ୍ଷା ଦେବାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଡେଲଟା ଅନ୍ୟ ପ୍ରଜାତି ତୁଳନାରେ ଅଧିକ ସଂକ୍ରାମକ । ତେବେ କରୋନାରୁ ସୁସ୍ଥ ରୋଗୀଙ୍କଠାରେ ଗୋଟିଏ ଡୋଜ ଟିକା କରୋନା ପୁନଃ ସଂକ୍ରମଣ କବଳରୁ ରକ୍ଷା କରିବ । ପ୍ରାକୃତିକ ଭାବେ ଶରୀରରେ ଅଧିକ ପରିମାଣରେ ଏଣ୍ଟିବଡି ସୃଷ୍ଟି ହୋଇଥିବାରୁ ଏହା ଦ୍ୱାରା ସହଜରେ କୌଣସି ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ହେବାର ଆଶା କ୍ଷୀଣ ।
Powered by Froala Editor