ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକରଚୌରାଶୀ ବେଶରେ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।
ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ। ଏହି ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି।
ମକର ସଂକ୍ରାନ୍ତିରେ ଗୁଡ଼ି ଉଡା ପର୍ବ ଅନୁଷ୍ଠିତ ହୋଇଥାଏ। ମକର ମେଳା ପାଇଁ ଚଳଚଞ୍ଚଳ ଖୋର୍ଦ୍ଧାର ପ୍ରସିଦ୍ଧ ବାବା ହଟକେଶ୍ୱର ମନ୍ଦିର। ବାଘମାରି ଅଟ୍ରିରେ ପ୍ରସିଦ୍ଧ ବାବାହଟକେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବିଶ୍ୱାସ ରହିଛି ପ୍ରଭୁ ହଟକେଶ୍ୱରଙ୍କର ମନ୍ଦିର ନିକଟରେ ଥିବା ଅଟ୍ରିରେ ମକର ସଂକ୍ରାନ୍ତି ଦିନ ମାନସିକ କରି ବୁଡପକାଇ ଗୁଆ ଖାଇଲେ ସନ୍ତାନ ପ୍ରାପ୍ତି ହୋଇଥାଏ।
Powered by Froala Editor