ଲୋକସେବା ଭବନରୁ ଗିରଫ ହେଲେ ଦଲାଲ
ଭୁବନେଶ୍ୱର: ଲୋକସେବା ଭବନ । ଓଡ଼ିଶାର ପ୍ରଶାସନିକ କାର୍ଯ୍ୟର ପେଣ୍ଟସ୍ଥଳୀ । ସେଠାରୁ ବି ଦଲାଲଙ୍କ ଆସର ଜମିଛି । ଏକଥା ଆମେ କହୁନାହୁଁ । ଆଜି ଜଣେ ଦଲାଲ ସେଠାରୁ ଗିରଫ ହେବା ପରେ ଏଭଳି ଚର୍ଚ୍ଚ ଜୋର ଧରିଛି । କ୍ୟାପିଟାଲ ଥାନା ପୁଲିସ ଜଣେ ଦଲାଲଙ୍କୁ ଲୋକସେବା ଭବନରୁ ଗିରଫ କରିଛି । ଗିରଫ ଜଣକ ହେଲେ ବ୍ୟାସଦେବ ରଣା । ଚାକିରି ଦେବାକୁ କହି ସେ ଜଣଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଗିରଫ ବ୍ୟାସଦେବଙ୍କ ଠାରୁ ପଞ୍ଚାୟତିରାଜ ବିଭାଗର ଜାଲ ଆଇକାର୍ଡ ମଧ୍ୟ ଜବତ ହୋଇଛି । ଠକ ବ୍ୟାସଦେବଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲାରେ ହୋଇଥିବା ସୂଚନା ମିଳିଛି ।
Powered by Froala Editor