ରାଜଧାନୀରେ ନକଲି ସିମେଣ୍ଟ କାରଖାନା ଠାବ
ଭୁବନେଶ୍ୱର: ବିଗତ କିଛି ବର୍ଷ ହେଲା କଟକ ସହର ନକଲି ଜିନିଷ ତିଆରିର ହବ ପାଲଟିଥିବା ଆମେ ସମସ୍ତେ ବିଭିନ୍ନ ଗଣମାଧ୍ୟମରୁ ଜାଣିଥିବା । ତେବେ ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ବି ନକଲି ଜିନିଷ ଠାବ ହୋଇଛି । କେବଳ ଜିନିଷ ନୁହେଁ ପୂରା କାରଖାନା ଠାବ ହୋଇଛି । ହଁ ଆଜ୍ଞା ରାଜଧାନୀ ଭୁବନେଶ୍ୱରରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ବଡ଼ଗଡ଼ ଥାନା ଟଙ୍କପାଣି ରୋଡରେ ପୁଲିସ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି । ପୁଲିସ ଚଢ଼ଉ କରିବା ବେଳେ ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ନାମିଦାବୀ ବ୍ରାଣ୍ଡର ଲୋଗୋ ଲଗାଇ ଲୋକଙ୍କୁ ଠକେଇ କରାଯାଉଥିଲା ।
Powered by Froala Editor