ସାମ୍ବାଦିକଙ୍କୁ ମିଳିଲା ଗ୍ରୀନ୍ ସିଗନାଲ, ଲୋକସେବା ଭବନ ଭିତରକୁ ପ୍ରବେଶ ଅନୁମତି
ଭୁବନେଶ୍ଵର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଲା। ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଭି ଓ ଖବର କାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିଛି। ଏଥିପାଇଁ ନୂଆ ସରକାର ଗ୍ରୀନ୍ ସିଗନାଲ ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ହେବ । କୋଭିଡ ପୂର୍ବରୁ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ସ୍ୱାଭାବିକ ଭାବେ ଲୋକସେବା ଭବନକୁ ଯାଉଥିଲେ। କିନ୍ତୁ କୋଭିଡ ସମୟରେ ସାମ୍ବାଦିକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା। କୋଭିଡ ପରେ ବି ଉକ୍ତ ନିୟମକୁ ବଳବତ୍ତର ରଖାଗଲା। ବର୍ତ୍ତମାନ ନୂଆ ସରକାରରେ ଏହି ପ୍ରତିବନ୍ଧକ ଉଠାଯାଇଛି। ସାମ୍ବାଦିକ ମାନଙ୍କୁ ପୁଣି ଥରେ ଲୋକସେବା ଭବନ ଭିତରକୁ ପ୍ରବେଶ କରିବା ନେଇ ଅନୁମତି ମିଳିଛି।
Powered by Froala Editor