ରାହୁଲ ଗାନ୍ଧୀଙ୍କୁ ସମନ ଜାରି
ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପାଇଁ ବରେଲିର ଏକ ଅଦାଲତ ଶନିବାର ତାଙ୍କୁ ସମନ ଜାରି କରିଛନ୍ତି। ବରେଲିର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆର୍ଥିକ ସର୍ଭେ କରାଯିବ ବୋଲି ରାହୁଲ କହିଥିଲେ। ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପାଠକ ଏହାକୁ ବିରୋଧ କରିଥିଲେ। ଏହାପରେ ସ୍ପେଶାଲ ଏମ୍ପି ଏମ୍ଏଲ୍ଏ କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏହାପରେ ସେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସେ ଏହି ପ୍ରସଙ୍ଗରେ ରିଭିଜନ ଦାଖଲ କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି।
ଜାନୁଆରୀ ୭ରେ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଜିଲା ତଥା ଦୌରା ଜଜ୍ ସୁଧୀର କୁମାର ନିର୍ଦ୍ଦେଶ ଦେଇଛନ୍ତି। ଅଖିଳ ଭାରତୀୟ ହିନ୍ଦୁ ମହାସଂଘର ମଣ୍ଡଳ ସଭାପତି ପଙ୍କଜ ପାଠକଙ୍କ ଆବେଦନ ଆଧାରରେ ଏହି ସମନ ଜାରି କରାଯାଇଛି।
Powered by Froala Editor