ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ

କରୋନା ସଂକ୍ରମଣ ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୧୩ ତାରିଖ ଯାଏ ଚାଲିବ ଓ ପୂରା ଅଧିବେଶନରେ ୨୦ଟି କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡ଼ିଛି।
ଏଥିଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀମଣ୍ଡଳ ସମିତି ସୁପାରିସ କରିଛନ୍ତି। ସଂସଦ ପରିସରରେ କୋଭିଡ-୧୯ ପ୍ରୋଟକଲର କଡାକଡି ପାଳନ ସର୍ତ୍ତରେ ଏହି ସୁପାରିସ କରାଯାଇଥିବା ବେଳେ ଅଧିବେଶନ କାଳରେ ସଂସଦକୁ ପ୍ରବେଶ କରିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତି ଅନୁନ୍ୟ ଗୋଟିଏ ଡୋଜ କୋଭିଡ ଟିକା ନିଶ୍ଚିତ ନେଇଥିବେ ବୋଲି କୁହାଯାଉଛି।
ସଂସଦୀୟ କମିଟିଙ୍କ ସୁପାରିଶ ଗୃହୀତ ହେଲେ ଅଧିବେଶନ ତିଥି ଓ କାର୍ଯ୍ୟଦିବସ ସମ୍ପର୍କରେ ସଂସଦ ସଚିବଙ୍କ କାର୍ଯ୍ୟାଳୟ ସଚିତ କରିବେ। ତେବେ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖରେ ସମାପ୍ତ ହେବ ବୋଲି ଆକଳନ କରାଯାଉଛି।
ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୩ୟ ସପ୍ତାହରେ ଆରମ୍ଭ ହୋଇଥାଏ ଓ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ମୌସୁମୀ ଅଧିବେଶନ ବି ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହେବ। ଅଧିବେଶନ ବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ସମସ୍ତ ଗାଇଡଲାଇନକୁ ପାଳନ କରାଯିବ।
Powered by Froala Editor