ଶିମିଳିପାଳରେ ତୁଷାରପାତ, ୩ ଡିଗ୍ରୀକୁ ଖସିଲା ପାରଦ
ଦିନକୁ ଦିନ ବଢୁଛି ଥଣ୍ଡା। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥଣ୍ଡାର ସହର ଭାବେ ସାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ରେକର୍ଡ କରିଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରିରେ ତାପମାତ୍ରା ୮.୪ ଡିଗ୍ରି ରେକର୍ଡ କରାଯାଇଛି। ଲୋକେ ଶରୀରକୁ ଉତ୍ତାପ ରଖିବା ପାଇଁ ନିଆଁର ନିକଟତର ହେଉଛନ୍ତି।
ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୯ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ବାହାରକୁ ଯିବ ଅସହଜ ମନେ ହେଉଛି। ତାପାମାତ୍ରା ହ୍ରାସ ପାଇବା ଯୋଗୁଁ ବୟସ୍କ ବ୍ୟକ୍ତି ଓ ଜୀବଜନ୍ତୁ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି।
କନ୍ଧମାଳ ଜିଲ୍ଲା ସହ ମୟୂରଭଂଜ, କୋରାପୁଟରେ ଲୋକଙ୍କୁ ଶୀତ ଅଧିକ କଲବଲ କରୁଛି। ଶିମିଳିପାଳ ଜାତୀୟ ଉଭୟରାଣ୍ୟରେ ପାରଦ ସର୍ବନିମ୍ନ ୩ ଡିଗ୍ରି ରେକର୍ଡ କରାଯାଇଛି। ଅଭୟାରଣ୍ୟର ଉପର ବାର୍ହାକାମୁଡ଼ାରେ ତାପମାତ୍ରା ୩ ଡିଗ୍ରି ରେକର୍ଡ କରାଯାଇଥିବା ଜଣାପଡ଼ିଛି। ଚହଲାରେ ତାପମାତ୍ରା ୪ ଡିଗ୍ରି, ବରେହିପାଣିରେ ୭ ଡିଗ୍ରି, ରାମତୀର୍ଥରେ ୧୦ ଡିଗ୍ରୀ, ଗୁରଗୁରିଆରେ ୭ ଡିଗ୍ରି ଓ କିଆଝରିରେ ୧୨ ଡିଗ୍ରି ରେକର୍ଡ ହୋଇଛି। ଏପରିକି ଶିମିଳିପାଳରେ ତୁଷାରପାତ ହେଉଥିବା ଫଟୋ ସାମ୍ନାକୁ ଆସିଛି ।
Powered by Froala Editor