ଅଲ୍ଲୁଙ୍କ ଗିରଫ ଘଟଣା : ରେବନ୍ତ କହିଲେ, ‘ଆଇନ ତା କାମ କରୁଛି, ମୁଁ ହସ୍ତକ୍ଷେପ କରିବିନି’
ଫିଲ୍ମ ପୁଷ୍ପା ୨: ଦ ରାଇଜର ପ୍ରିମିୟର ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଆଇନ ନିଜ ବାଟରେ ଯିବ। ସେ ଏହି ମାମଲାର ତଦନ୍ତରେ ହସ୍ତକ୍ଷେପ କରିବେ ନାହିଁ।
ଏହି ମାମଲାରେ ମୁଖ୍ୟମନ୍ତ୍ରୀ ରେବନ୍ତ କହିଛନ୍ତି, ଆଇନ୍ ତା’ କାମ କରିବ। ମାମଲାର ତଦନ୍ତବେଳେ ମୁଁ କୌଣସି ହସ୍ତକ୍ଷେପ କରିବି ନାହିଁ। ଦଳାଚକଟାବେଳେ ହୋଇଥିବା ମୃତ୍ୟୁ କାରଣରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା। ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା।
ଏହା ପୂର୍ବରୁ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଥିଏଟର ମାଲିକ ଓ ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲା। ଏହି ମାମଲାରେ ୪ର୍ଥ ବ୍ୟକ୍ତିଭାବେ ଅଲ୍ଲୁ ଅର୍ଜୁନଙ୍କ ଗିରଫ ହୋଇଛନ୍ତି।
Powered by Froala Editor