ଦିଲ୍ଲୀରୁ ହାଥରସ ଅଭିମୁଖେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ:ହାଥରସ ଗସ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀରୁ ହାଥରସ ଅଭିମୁଖେ ବାହାରିଛନ୍ତି। ଯାହାକୁ ନେଇ ଜୋର ଧରିଛି ରାଜନୈତିକ ଆଲୋଚ଼ନା। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ, ପୂର୍ବରୁ ସମ୍ଭଲ ଏବଂ ବର୍ତ୍ତମାନ ହାଥରସ ଯାତ୍ରା ଜରିଆରେ ରାହୁଲ ଗାନ୍ଧୀ ୟୁପିକୁ ଅରାଜକତା ଏବଂ ଦଙ୍ଗାର ନିଆଁରେ ପକାଇବାକୁ ଚାହୁଁଥିବା କହିଛନ୍ତି ।
ଅନ୍ୟପଟେ ରାହୁଲଙ୍କ ହାଥରସ ଯାତ୍ରାକୁ ନେଇ ଆଇନ ବ୍ୟବସ୍ଥା କଡ଼ାକଡି କରାଯାଇଛି । ହାଥରସର ବୁଲଗଢୀ ଗାଁରେ ଅତିରିକ୍ତ ପୋଲିସ ଟିମକୁ ନିୟୋଜିତ କରାଯାଇଛି । ସୂତ୍ର ମୁତାବକ,ପୀଡିତଙ୍କ ପରିବାର,ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ,ସରକାର ଯାହା କହିଥିଲେ ତାହା ପୂରଣ କଲେ ନାହିଁ । ତେବେ ୧୪ ସେପ୍ଟେମ୍ବର ୨୦୨୦ରେ ହାଥରସରେ ଜଣେ ଯୁବତୀଙ୍କୁ ସେହି ଗ୍ରାମର କିଛି ଲୋକେ ଦୁଷ୍କର୍ମ କରିଥିଲେ।ଯାହାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡ ଶୁଣାଣି କରାଯାଇଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଗସ୍ତ ଏହି ପ୍ରସଙ୍ଗରେ ସରକାରଙ୍କ ତ୍ରୁଟିକୁ ଦର୍ଶାଇବା ଏବଂ ପୀଡିତଙ୍କ ପରିବାର ସହ ଏକତା ପ୍ରକାଶ କରିବା ଲାଗି ଏକ ପ୍ରୟାସ ବୋଲି କୁହାଯାଉଛି ।
Powered by Froala Editor