ଏଟିଏମରୁ ଉଠିବ ପିଏଫ୍ ଟଙ୍କା
ଆସନ୍ତା ବର୍ଷ ଆରମ୍ଭରୁ ପିଏଫ ଖାତାଧାରୀମାନେ ସିଧାସଳଖ ଏଟିଏମରୁ ନିଜର ପିଏଫ ଟଙ୍କା ଉଠାଇପାରିବେ । ଶ୍ରମ ମନ୍ତ୍ରଣାଳୟ ଦେଶର କର୍ମଚାରୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଏହାର ଆଇଟି ବ୍ୟବସ୍ଥାରେ ଉନ୍ନତିକରଣ କରୁଛି। ଏନେଇ ଶ୍ରମ ସଚିବ ସୁମିତା ଦାୱରା ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।
"ଆମେ ସଦସ୍ୟମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦାବିଗୁଡ଼ିକୁ ଶୀଘ୍ର ସମାଧାନ କରୁଛୁ ଏବଂ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ । ଏଣିକି ଜଣେ ଦାବିଦାର ହିତାଧିକାରୀ ସିଧାସଳଖ ଏଟିଏମରୁ ନିଜର କ୍ଲେମ ରାଶି ପାଇପାରିବେ । ଏହା ଦ୍ୱାରା ମାନବ ହସ୍ତକ୍ଷେପ ହ୍ରାସ ପାଇବ ଏବଂ ପ୍ରକ୍ରିୟା ସହଜ ହେବ ।
ଶ୍ରମ ସଚିବ କହିଛନ୍ତି, "ଇପିଏଫଓ ଅର୍ଥାତ କର୍ମଚାରୀ ଭବିଷ୍ଯନିଧି ପାଣ୍ଠି ସଂଗଠନରେ ଦେଶରେ ପ୍ରାୟ ୭୦ ନିୟୁତ ସକ୍ରିୟ ଯୋଗଦାନକାରୀ ଅଛନ୍ତି। ଏହି ବ୍ୟବସ୍ଥାକୁ କ୍ରମାଗତ ଭାବେ ଉନ୍ନତ କରାଯାଉଛି। ପ୍ରତି ୨ରୁ ୩ ମାସରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିବ। ମୋର ବିଶ୍ୱାସ ଯେ ଜାନୁଆରୀ ୨୦୨୫ରୁ ଏକ ବଡ ପରିବର୍ତ୍ତନ ଆସିବ ଯେତେବେଳେ ଆମପାଖରେ ଇପିଏଫଓରେ ଆଇଟି ୨.୧ ଭର୍ସନ ରହିବ ।
Powered by Froala Editor