ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାରେ ବାପା ଓ ମା’ଙ୍କୁ ଯୋଡ଼ିବାକୁ ବିଜେଡି ପକ୍ଷରୁ ଦାବି
ଭୁବନେଶ୍ୱର: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାରେ ବାପା ଓ ମା’ଙ୍କୁ ଯୋଡ଼ିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ସାମ୍ବାଦିକଙ୍କ ହକ ଦାବି କରିଛନ୍ତି । ଏହାଛଡ଼ା ସାମ୍ବାଦିକଙ୍କ ପାଇଁ ପେନସନ ଯୋଗାଇ ଦେବାକୁ ମଧ୍ୟ ଶ୍ରୀ ଦାସ ଦାବି କରିଛନ୍ତି । ୧୭ଟି ରାଜ୍ୟରେ ପେନସନ ବ୍ୟବସ୍ଥା ରହିଥିବା କହି ଶ୍ରୀ ଦାସ ଏଭଳି ଦାବି କରିଛନ୍ତି । ସେହିପରି ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳୁ ବୋଲି ସେ ଦାବି କରିଛନ୍ତି । ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯିବାକୁ ଶ୍ରୀ ଦାସ ଦାବି କରିଛନ୍ତି ।
Powered by Froala Editor