ଗୁଗୁଲରେ “ଆମ୍ବ ଆଚାର”କୁ ବେଶୀ ସର୍ଚ୍ଚ କରୁଛନ୍ତି ଭାରତୀୟ
ଗୁଗୁଲ ଏକ ସର୍ଚ୍ଚ ଇଞ୍ଜିନ । ଯେଉଁଥିରେ ଆମେ ବିଭିନ୍ନ ଜ୍ଞାନ ପାଇବା ପାଇଁ କିମ୍ବା ତଥ୍ୟ ପାଇଁ ସର୍ଚ୍ଚ କରିଥାଉ । ତେବେ ଭାରତୀୟମାନେ କେଉଁ ବିଷୟ ଉପରେ ଅଧିକ ସର୍ଚ୍ଚ କରିଛନ୍ତି ତାହାର ଏକ ତାଲିକା ପ୍ରକାଶ କରିଛି ଗୁଗୁଲ । ଯାହା ଦେଖିଲେ ନିଶ୍ଚୟ ହସ ଲାଗିବ । ଆଉ ତାଲିକାରେ ରହିଛି ଆମ୍ବ ଆଚାର । ଆଚାର ବିଷୟରେ ବି ଭାରତୀୟ ଏତେ ସର୍ଚ୍ଚ କରୁଥିବେ ତାହା ମଜାଳିଆ ଅଟେ ।
୨୦୨୪ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟ ବିବରଣୀ ବିଷୟରେ ଏଥିରେ ତଥ୍ୟ ଦିଆଯାଇଛି। ଭାରତୀୟ ୟୁଜର୍ସମାନେ ଗୁଗଲ ଦ୍ୱାରା କ୍ରିକେଟ୍ ସମ୍ବନ୍ଧୀୟ ସୂଚନା ଅଧିକ ସର୍ଚ୍ଚ କରିଛନ୍ତି। ଯତା ଇଣ୍ଡିଆନ ପ୍ରିମିୟର ଲିଗ୍ ଓ ଟିଟ୍ବେଣ୍ଟି ୨୦ ଓ୍ବାଲର୍ଡକପ୍। ଏଥିସହ ନିର୍ବାଚନ ଫଳାଫଳ ୨୦୨୪, ଅଲମ୍ପିକ୍ସ ସମ୍ବନ୍ଧୀୟ ସୂଚନା ମଧ୍ୟ ବହୁଳ ଭାବରେ ସର୍ଚ୍ଚ କରାଯାଇଛି। ସେହିପରି ଫିଲ୍ମ ମଧ୍ୟରେ ଅଧିକ ସ୍ତ୍ରୀ ୨, କଳକୀ ୨୮୯୮ ଏଡି, 12th ଫେଲ୍, ଲାପତା ଲେଡିଜ ଇତ୍ୟାଦି ରହିଛି। ସେହିପରି ଟିଭି ଶୋ’ ମଧ୍ୟରୁ ହୀରାମଣ୍ଡି, ମିର୍ଜାପୁର, ବିଗବସ୍ ଇତ୍ୟାଦି ସର୍ଚ୍ଚ କରାଯାଇଛି। ଲୋକପ୍ରିୟ ବ୍ୟଞ୍ଜନ ମଧ୍ୟରେ ଲୋକେ ଅଧିକ ଆମ୍ବ ଆଚାର ଇଣ୍ଟରନେଟରେ ସର୍ଚ୍ଚ କରିଛନ୍ତି।
Powered by Froala Editor