ରାମ୍ପରେ ମନ୍ତ୍ରୀଙ୍କ ୱାକ୍ ଦେଖି ତାଜୁବ ହେଲେ ଦର୍ଶକ
ଫ୍ୟାଶନ ଶୋ'ରେ ଜଲଓ୍ୱା ଦେଖାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମ୍ଦାର ମଧ୍ୟ ରାମ୍ପ ଓ୍ୱକ୍ କଲେ। ତିନି ଦିନିଆ ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଶନିବାର ଦିନ ଭାରତ ମଣ୍ଡପମରେ ଏହି ଫ୍ୟାଶନ ସୋ ଅନୁଷ୍ଠିତ ହୋଇଥିଲା। ସିନ୍ଧିଆଙ୍କ ସହ କେନ୍ଦ୍ର ରାଜ୍ୟମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ରାମ୍ପରେ ଚାଲୁଥିବାର ନଜର ଆସିଥିଲେ।
ସୋ’ରେ ସିନ୍ଧିଆ ଏକ କ୍ରିମ୍ ରଙ୍ଗର ରେଶମ ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ତାଙ୍କ ବେକରେ ଲାଲ ରଙ୍ଗର ମଫଲର ବାନ୍ଧିଥିଲେ ଯାହା ଏକ ଷ୍ଟାଇଲିସ୍ ଲୁକ୍ ଦେଉଥିଲା। ଏଥିସହିତ ସୁକାନ୍ତ ମଜୁମଦାର ମଧ୍ୟ କ୍ରିମ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ। ସେ ମଧ୍ୟ ବେକରେ ଏକ ଲାଲ ରଙ୍ଗର ମଫଲର ବାନ୍ଧିଥିଲେ। ପ୍ରଥମଥର ପାଇଁ ରାଜନୀତି ଠାରୁ ଅଲଗା ଶୈଳୀରେ ତାଙ୍କୁ ଦେଖିବାକୁ ମିଳିଥିଲା।
ନର୍ଥଇଷ୍ଟ ଫ୍ୟାଶନକୁ ପ୍ରମୋଟ କରିବା ପାଇଁ ସିନ୍ଧିଆ ଓ ମଜୁମଦାର ନର୍ଥଇଷ୍ଟ ଷ୍ଟାଇଲ୍ର ଜ୍ୟାକେଟ୍ ପିନ୍ଧି ରାମ୍ପ ଉପରେ ଚାଲିଥିଲେ। ସେମାନେ କୌଣସି ମଡେଲ୍ ଠାରୁ କମ୍ ନଥିଲେ। ଭଭୟଙ୍କ ବେଶ୍ ଷ୍ଟାଇଲିସ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା।
ଏହି ସ୍ୱତନ୍ତ୍ର ଫ୍ୟାଶନ ଶୋ' ବିଷୟରେ ସୋଶାଲ ମିଡିଆ ପ୍ଲାଟଫର୍ମ X ରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସିନ୍ଧିଆ ଲେଖିଛନ୍ତି, 'ବାସ୍ତବରେ ଏହା ସଂସ୍କୃତି ଏବଂ ସୃଜନଶୀଳତାର ଉତ୍ସବ। ଉତ୍ତର ପୂର୍ବ ଭାରତର ଚିତ୍ତାକର୍ଷକ ଶୈଳୀ ପ୍ରଦର୍ଶନ କରୁଥିବା ଫ୍ୟାଶନ ଶୋ’ରେ ଏକ ସୁନ୍ଦର ସମୟ ବିତାଇଲି।
Powered by Froala Editor