ବିଳମ୍ବରେ ଆସିବାରୁ ଗାଳି ଦେଇଥିଲେ ପ୍ରିନ୍ସିପାଲ, ଗୁଳି କରି ମାରିଦେଲେ ଛାତ୍ର
ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ ଏସ୍.କେ. ସାକ୍ସେନା (୫୫)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଥିସହ ତାଙ୍କ ସ୍କୁଟର ନେଇ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସ୍କୁଲ କ୍ୟାମ୍ପସ୍ରେ ଶୁକ୍ରବାର ଅପରାହ୍ନ ୧ଟା ୩୦ ମିନିଟ୍ରେ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍ପି ଆଗମ ଜୈନ କହିଛନ୍ତି।
ଘମୋରାରେ ଶସକିୟ ହାୟର ସେକେଣ୍ଡରୀ ସ୍କୁଲରେ ଶୁକ୍ରବାର ଏହି ଘଟାଣା ଘଟିଛି। ଦ୍ୱାଦଶ ଶ୍ରେଣୀର ଜଣେ ନବାଳକ ଛାତ୍ର ପ୍ରିନ୍ସିପାଲଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଅଭିଯୁକ୍ତ ସଦମ ଯାଦବ ନିଜ ସାଥୀ ଛାତ୍ର ମନୀଷ ଯାଦବଙ୍କ ସହ ମିଶି ସ୍କୁଲ ବାଥରୁମ ଭିତରେ ପଶି ପ୍ରିନ୍ସିପାଲ ଏସ୍କେ ସକସେନାଙ୍କ ଉପରକୁ ଗଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
ପୋଲିସ କହିବା ଅନୁଯାୟୀ, ୨ ଛାତ୍ର ବିଳମ୍ବରେ ସ୍କୁଲକୁ ଆସିବାରୁ ପ୍ରିନ୍ସିପାଲ ସେମାନଙ୍କୁ ଗାଳି ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ୨ ଛାତ୍ର ପ୍ରିନ୍ସିପାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସାକ୍ସେନା ୫ ବର୍ଷ ହେଲା ଧାମୋରା ଗଭର୍ନମେଣ୍ଟ ହାୟର ସ୍କୁଲର ପ୍ରିନ୍ସିପାଲ ରହିଥିଲେ। ସେ ଅପରାହ୍ନରେ ସ୍କୁଲ୍ ଟଏଲେଟ୍କୁ ଯାଉଥିବାବେଳେ ଛାତ୍ର ଜଣକ ତାଙ୍କ ମୁଣ୍ଡକୁ ଦେଶୀ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସାକ୍ସେନାଙ୍କର ମୃତ୍ୟୁ ଘଟିଥିବା ଜିଲା ଶିକ୍ଷା ଅଧିକାରୀ କହିଛନ୍ତି।
Powered by Froala Editor