ବଡ଼ ନିଷ୍ପତ୍ତି: ଆସାମରେ ଗୋ’ମାଂସ ଉପରେ ଲଗିଲା ସଂପୂର୍ଣ୍ଣ ପ୍ରତିବନ୍ଧକ
ନୂଆଦିଲ୍ଲୀ: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ଲାଗିଛି ସଂପୂର୍ଣ୍ଣ ପ୍ରତିବନ୍ଧକ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ବିଧାନସଭାରେ ଗୋ’ମାଂସ ଉପରେ ପ୍ରତିବନ୍ଧକ ନେଇ ଆଇନ ଆସିଥିଲା। ଏବେ ଏହି ଆଇନରେ ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।ଆଜି ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଅନ୍ୟ ମନ୍ତ୍ରୀମାନେ ଯୋଡ଼ି ହୋଇଥିଲେ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହାରି ଭିତରେ ଆସାମର ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏନେଇ ସେ ଏକ ପ୍ରେସମିଟରେ ଘୋଷଣା କରିଥିବାବେଳେ ଏହି ସମୟର ଭିଡିଓ ନିଜ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
Powered by Froala Editor