ପୁଅ ଯାଇଥିଲା ମର୍ଣ୍ଣିଂ ୱାକ୍ରେ: ବାପା, ମା’ ଓ ଭଉଣୀଙ୍କୁ ଭୂସି ମାରିଦେଲେ
ରାଜଧାନୀ ଦିଲ୍ଲୀରେ ବୁଧବାର ଟ୍ରିପଲ୍ ମର୍ଡରହୋଇଛି। ଦକ୍ଷିଣ ଦିଲ୍ଲୀର ନେବ ସରାୟର ଦେବଲିରେ ସ୍ବାମୀ-ସ୍ତ୍ରୀ ଏବଂ ଝିଅଙ୍କୁ ଛୁରି ଭୂସି ହତ୍ୟା କରାଯାଇଛି। ମୃତକମାନେ ହେଉଛନ୍ତି - ରାଜେଶ (୫୩), କୋମଲ (୪୭) ଓ କବିତା (୨୩)। ଘଟଣା ସମୟରେ ପୁଅ ମର୍ଣ୍ଣିଂ ଓ୍ବାର୍କରେ ଯାଇଥିଲେ। ସେ ଫେରି ଆସିବା ପରେ ଯାହା ଦେଖିଥିଲେ ତାଙ୍କ ହୋସ୍ ଉଡିଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖର ସିସିଟିଭି ଜରିଆରେ ଛାନଭିନ୍ କରାଯାଉଛି।
ରିପୋର୍ଟ ଅନୁଯାୟୀ, ରାଜେଶଙ୍କ ପୁଅ ସକାଳ ପ୍ରାୟ ୫ଟା ବେଳେ ମର୍ଣ୍ଣିଂ ୱାକ୍ରେ ବାହାରି ଯାଇଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ବାପା, ମା ଓ ଭଉଣୀଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିଲା। ସେମାନଙ୍କୁ ସମସ୍ତଙ୍କୁ ଛୁରୀ ବା କୌଣସି ଧାରୁଆ ଅସ୍ତ୍ରରେ ଭୂସି ଦିଆଯାଇଥିଲା।
ରାଜେଶ ଶର୍ମା ସେନାର ଅବସରପ୍ରାପ୍ତ କର୍ମଚାରୀ। ଡିସେମ୍ବର ୪ରେ ସେ ବିବାହ ବାର୍ଷିକୀ ପାଳିଥିଲେ। ପୁଲିସର କହିବାନୁଯାୟୀ ପୁଅ ଯେତେବେଳେ ୭ଟାରେ ଘରକୁ ଫେରିଥିଲେ ସେତେବେଳକୁ ତାଙ୍କୁ ହତ୍ୟା ହୋଇଯାଇଥିଲା। ସେ ଘରେ ୩ ଜଣଙ୍କୁ ମରି ପଡ଼ିଥିବାର ଦେଖି ଚିତ୍କାର କରି ଉଠିଥିଲେ। ପଡୋଶୀମାନେ ସେଠାରେ ପହଞ୍ଚିଥିଲେ।
ଜଣେ ପଡ଼ୋଶୀ କହିଛନ୍ତି, ତାଙ୍କ ପୁଅର ପାଟି ଶୁଣି ଆମେ ଦୌଡ଼ି ଆସିଥିଲୁ। ସେ କହିଥିଲେ ଯେ ସେ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। ଫେରିବା ପରେ ତାଙ୍କ ବାପା, ମା ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଘରୁ କୌଣସି ଜିନିଷ ଚୋରି ହୋଇନାହିଁ କିଛି ଭଙ୍ଗାରୁଜା କରାଯାଇନାହିଁ।
Powered by Froala Editor