ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହଙ୍କୁ ଗୁଳିମାଡ଼
ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ସ୍ୱର୍ଣ୍ଣ ମନ୍ଦିର ଫାଟକ ନିକଟରେ ଆଜି ସକାଳେ ଘଟିଛି ଏହି ଘଟଣା। ତେବେ ଶ୍ରୀ ବାଦଲ ସୁରକ୍ଷିତ ଅଛନ୍ତି। ତାଙ୍କର କିଛି ହୋଇନାହିଁ।
ଗୁଳି ମାରିଥିବା ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନାଁ ନାରାୟଣ ସିଂହ ଚୋରହା। ସେ ବାବର ଖାଲସା ଇଣ୍ଟରନ୍ୟାସନାଲର ଜଣେ ପୂର୍ବତନ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ସେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ସେଠାରେ ଉପସ୍ଥିତ ସ୍ୱର୍ଣ୍ଣ ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁମାନେ ତାଙ୍କୁ କାବୁ କରିଥିଲେ ଓ ସେ ଧରିଥିବା ପିସ୍ତଲ ଛଡ଼ାଇ ନେଇଥିଲେ। ଏହା ପରେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲିସ ତାଙ୍କୁ ଗିରଫ କରିଛି।
Powered by Froala Editor