ଅତ୍ୟଧିକ ଓଜନ ମଧୁମେହର କାରଣ ଅଟେ......
ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ ହେତୁ ଶରୀର ଅନେକ ଗୁରୁତର ବିପଦର ସମ୍ମୁଖୀନ ହୋଇଥାଏ। ଆଖି, କିଡନୀ, ହାର୍ଟ ଏବଂ ସ୍ନାୟୁ ମଧ୍ୟ ବିପଦରେ ଥାଏ। ଏହି କାରଣରୁ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଏ। ମଧୁମେହରୁ ରକ୍ଷା ପାଇବା ପାଇଁ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡାଇବେଟିସରୁ ବଞ୍ଚିବା ପାଇଁ କେଉଁ ଜିନିଷକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା …
ଯଦି ପରିବାରର କାହାର ମଧୁମେହ ଅଛି ତେବେ ଆପଣ ସାବଧାନ ହେବା ଉଚିତ୍। ପାରିବାରିକ ଇତିହାସ ଏହି ରୋଗର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ। ଯଦି ଆପଣଙ୍କର ପିତାମାତା କିମ୍ବା ଭାଇଭଉଣୀଙ୍କର ଟାଇପ-୨ ମଧୁମେହ ଅଛି, ତେବେ ଆପଣ ମଧ୍ୟ ବିପଦରେ ଅଛନ୍ତି । ଏପରି ପରିସ୍ଥିତିରେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଜୀବନଶୈଳୀ ଏବଂ ଖାଦ୍ୟପେୟର ଉନ୍ନତି ଉପରେ ଧ୍ୟାନ ଦିଅନ୍ତୁ।
ଅତ୍ୟଧିକ ଓଜନ ମଧୁମେହର କାରଣ ଅଟେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ପେଟରେ ଜମା ହୋଇଥିବା ଚର୍ବି ମଧୁମେହର ଆଶଙ୍କା ବଢାଇପାରେ। ମିଠା ଖାଉଥିଲେ ଚର୍ବି ଅଧିକ ବଢିଥାଏ । ମେଦବହୁଳତା ମଧ୍ୟ ହୃଦରୋଗର କାରଣ ଅଟେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଓଜନ ବଢୁଛି, ତେବେ ଆପଣ ସାବଧାନ ହୋଇଯାନ୍ତୁ।
ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ଯେତେ କମ ଶାରୀରିକ ସକ୍ରିୟ, ମଧୁମେହ ହେବାର ଆଶଙ୍କା ସେତେ ଅଧିକ। ଯଦି ଆପଣ ଦିନସାରା ଗୋଟିଏ ସ୍ଥାନରେ ବସି କଟାଉଛନ୍ତି ଏବଂ ବ୍ୟାୟାମ, ଯୋଗ କିମ୍ବା କ୍ରୀଡା କରୁନାହାଁନ୍ତି, ତେବେ ଆପଣଙ୍କୁ ମଧୁମେହ ହେବାର ଆଶଙ୍କା ଅଧିକ । ଏପରି ପରିସ୍ଥିତିରେ, ଆପଣଙ୍କର ରୁଟିନ ସଠିକ୍ କରନ୍ତୁ, ପ୍ରତିଦିନ ଅତି କମରେ ୩୦ ମିନିଟ ବ୍ୟାୟାମ କରି ନିଜକୁ ଶାରୀରକୁ ସକ୍ରିୟ କରନ୍ତୁ। ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।
ଗର୍ଭାବସ୍ଥାରେ ମଧୁମେହ ଚିହ୍ନଟ ହେଲେ ବିପଦ ବଢିଯାଏ। ଏହି କାରଣରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗର୍ଭାବସ୍ଥାରେ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଅନ୍ତି। କାରଣ ଟିକିଏ ଅସାବଧାନତା ଉଭୟ ମା’ ଏବଂ ପିଲାଙ୍କ ପାଇଁ ବିପଜ୍ଜନକ ହୋଇପାରେ।
Powered by Froala Editor