Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, April 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ...

  • ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ...

  • ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ...

  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ...

  • ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ...

  • ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

  • ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ...

  • ଅସ୍ଥି ମଜଭୁତ କରେ ଖଜୁରି

  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ ...

  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ...

Home ›› ››ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ -ମୁଖ୍ୟମନ୍ତ୍ରୀ

ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ -ମୁଖ୍ୟମନ୍ତ୍ରୀ

2024-11-15 12:08:19
15241
Share:
Facebook
Twitter
E-Mail
WhatsApp
Telegram
ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ। ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ କହିଥିଲେ। 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ଆମ ଜନଜାତି ସମ୍ପ୍ରଦାୟଙ୍କ ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବାର ଦିବସ। ଏହି ଅବସରରେ ସେ ମହାନ୍ ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାୟକ, ରତ୍ନା ନାୟକ, ଚକରା ବିଷୋଇ, ଦୋରା ବିଷୋଇ, ରେଣ୍ଡୋ ମାଝୀଙ୍କ ପରି ଦେଶ ଭକ୍ତଙ୍କ ବଳୀଦାନ ଓ ତ୍ୟାଗକୁ ମଧ୍ୟ ସ୍ମରଣ କରିଥିଲେ। ଏହି ମହାନ୍ ସଂଗ୍ରାମୀ ମାନେ ଆମ ଦେଶର ଇତିହାସ ଓ ସଂସ୍କୃତିକୁ ନୂତନ ରୂପ ଦେବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ବୋଲି ସେ କହିଥିଲେ। 


ବିର୍ସା ମୁଣ୍ଡାଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ  ଆଜି ଜନଜାତୀୟ ଗୌରବ ଦିବସର ପବିତ୍ର ଅବସରରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ବିହାରର ଜାମୁଇଠାରେ  ଉପସ୍ଥିତ ରହି ‘ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା’ ଅଧୀନରେ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି ଜନଜାତି ସମ୍ପ୍ରଦାୟଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂରକରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା। ଓଡିଶାର ୨୭ଟି ଜିଲ୍ଲାର ୭ ହଜାର ୬ ଶହ ୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଆମେ ସକ୍ରିୟଭାବେ କାମ କରୁଛୁ। ଏହି ସମସ୍ତ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି।


ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ଉନ୍ନତି ଓ କଲ୍ୟାଣ ପାଇଁ  ୧୫୩୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିରେ ୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲକୁ ଉନ୍ନୀତ କରାଯିବ। ପ୍ରତ୍ୟେକ ସ୍କୁଲ ପିଛା ୧୫କୋଟି ଟଙ୍କା ଭାବରେ ସମୁଦାୟ ୨୪୦ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୧୩ଟି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ ପିଛା ୨୨ କୋଟି ଟଙ୍କା ହିସାବରେ ୨୮୬ କୋଟି ଟଙ୍କା ବିନିଯୋଗ ହେବ। ୪୨୬ଟି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ପାଇଁ ୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଭୁବନେଶ୍ବରର ଗୋଠପାଟଣା ଠାରେ ଜନଜାତି ସଂସ୍କୃତି ଓ ଐତିହ୍ୟ ଭବନ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ।  ଗୋଠପାଟଣା ଠାରେ ଜନଜାତି ଭାଷା ପ୍ରତିଷ୍ଠାନ ନିର୍ମାଣ ପାଇଁ ୫୦ କୋଟି ଟଙ୍କା ଓ ଜନଜାତି ଅସ୍ମିତା ଭବନ ନିର୍ମାଣ ପାଇଁ ୪ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୫ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ୩ କୋଟି ଟଙ୍କା ବିନିଯୋଗ କରାଯିବ। 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଜନଜାତି ସମ୍ପ୍ରଦାୟଙ୍କ ଉଚ୍ଚ ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି। ଜନଜାତି ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି। 


    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି ବା PVTG ବର୍ଗଙ୍କୁ ବସବାସର ଅଧିକାର ବା Habitat Rights ପ୍ରଦାନ କରିଥିଲେ। PVTG ବର୍ଗଙ୍କୁ ହାବିଟାଟ୍ ରାଇଟ୍‌ସ ପ୍ରଦାନ କରିବାରେ ଓଡିଶା ଉଲ୍ଲେଖନୀୟ କୃତିତ୍ବ ହାସଲ କରି ସର୍ବ ଭାରତୀୟ ସ୍ତରରେ ରେକର୍ଡ କରିଛି । 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଆମ ସରକାର ଗୁରୁତ୍ବ ଦେଉଛନ୍ତି। ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଆମ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରିବାକୁ ଯାଉଛନ୍ତି। ଏହା ସହିତ ଆଦିବାସୀ ଅଞ୍ଚଳରେ ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ, ସିଡୁଲ୍ ଅଞ୍ଚଳରେ ପେସା ଆଇନ କାର୍ଯ୍ୟକାରୀ କରିବା, ଗ୍ରାମ ସଭା ଗୁଡ଼ିକୁ ସକ୍ରିୟ କରିବା ପାଇଁ ମଧ୍ୟ ଆମ ସରକାର ପଦକ୍ଷେପ ନେଉଛି। 


ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ବ୍ରିଟିଶ ସରକାରଙ୍କ ଉତ୍ପୀଡନ ବିରୋଧରେ ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ବଳିଦାନ ସଦା ସର୍ବଦା ପ୍ରେରଣାଦାୟୀ ହୋଇ ରହିବ। ବିର୍ସା ମୁଣ୍ଡାଙ୍କ ତ୍ୟାଗକୁ ପୂର୍ବ ସରକାରମାନେ ଅବହେଳା କରୁଥିଲେ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ବିର୍ସାଙ୍କ ସ୍ମୃତିକୁ ଉଜ୍ଜିବୀତ ରଖିବା ପାଇଁ ତାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବା ସହିତ ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା  କାର୍ଯ୍ୟକାରୀ କରାଯାଉଛି। ସେ କହିଥିଲେ ଯେ ପି.ଏମ୍ ଜନମନ୍ ଯୋଜନାରେ ୧୮ଟି ରାଜ୍ୟରେ ଆଦିବାସୀ ଅଞ୍ଚଳରେ ସୌରଶକ୍ତି ମାଧ୍ୟମରେ ବିଜୁଳି ଯୋଗାଇ ଦିଆଯାଉଛି।



ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ କହିଲେ ଯେ ଭଗବାନ ବିର୍ସା ମୁଣ୍ଡା ଜନଜାତି ସମାଜର ବନ୍ଧନକୁ ସୁଦୃଢ କରିବା ସହିତ ସେମାନଙ୍କ ଉନ୍ନତି ପାଇଁ ଯେଉଁ ଉଦ୍ୟମ କରିଯାଇଛନ୍ତି ତା’ର ତୁଳନା ନାହିଁ। 



ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ,  ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ  ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରମୁଖ ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିବା ସହିତ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।



ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ସରକାର
    ଦେଶ-ଦେଶାନ୍ତର

    ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ସରକାର

    14930
    Apr 18, 2026
  • ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ଶାସକ ଓ ବିରୋଧୀ ଦଳ ଦେଲେ ଏମିତି ପ୍ରତିକ୍ରିୟା
    ଦେଶ-ଦେଶାନ୍ତର

    ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ଶାସକ ଓ ବିରୋଧୀ ଦଳ ଦେଲେ ଏମିତି ପ୍ରତିକ୍ରିୟା

    14800
    Apr 18, 2026
  • ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ
    ମନୋରଞ୍ଜନ

    ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ

    15452
    Apr 18, 2026
  • ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ହେଲେ ବଡିବିଲ୍ଡର
    ଦେଶ-ଦେଶାନ୍ତର

    ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ହେଲେ ବଡିବିଲ୍ଡର

    14113
    Apr 18, 2026
  • ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ

    15392
    Apr 18, 2026
  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ
    ଦେଶ-ଦେଶାନ୍ତର

    ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    15037
    Apr 16, 2026
  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ
    ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13910
    Apr 16, 2026
  • ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ
    ମନୋରଞ୍ଜନ

    ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

    15524
    Apr 18, 2026
  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ
    ଦେଶ-ଦେଶାନ୍ତର

    ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ

    15435
    Apr 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    15037
    Apr 16, 2026
  • ଦେଶ-ଦେଶାନ୍ତର

    ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ

    15392
    Apr 18, 2026
  • ମନୋରଞ୍ଜନ

    ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

    15524
    Apr 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17422
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17476
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17833
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16305
    Apr 03, 2021

ବିଶେଷ

  • ଅସ୍ଥି ମଜଭୁତ କରେ ଖଜୁରି

    15720
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15764
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16121
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14739
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15715
    Apr 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15339
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15071
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15571
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13868
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13910
    Apr 16, 2026
  • ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ସରକାର

    14930
    Apr 18, 2026
  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ

    15435
    Apr 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In