Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ...

  • ମୋଦୀଙ୍କୁ ହତ୍ୟା ଧମକ

  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ...

  • ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ...

  • ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ...

  • ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ...

  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ...

  • ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ

  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ...

  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ...

Home ›› ››ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ - ମୁଖ୍ୟମନ୍ତ୍ରୀ

ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ - ମୁଖ୍ୟମନ୍ତ୍ରୀ

2024-10-28 12:11:42
13645
Share:
Facebook
Twitter
E-Mail
WhatsApp
Telegram
ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ଭୁବନେଶ୍ବର ଲୋକସେବା ଭବନ କନ୍‌ଭେନ୍‌ସନ ହଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ  ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।


ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ୍ୟ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡିବ ନାହିଁ, ଧିରେ ଧିରେ ଏହା ବ୍ୟକ୍ତିଗତ ସ୍ତରରେ ଓ ସମାଜ ସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ। ଭାରତୀୟ ସମାଜରେ ଦୁର୍ନୀତିର କୁପ୍ରଭାବ ଯେ କେତେ ଥିଲା, ଏହା ଜାଣିବାକୁ ରକେଟ ବିଜ୍ଞାନର ଜ୍ଞାନ ଆବଶ୍ୟକତା ନାହିଁ। ଏ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସାଧାରଣ ସଭାରେ କହିଥିଲେ ଯେ ମୁଁ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀ ମାତ୍ର ୧୫ ପଇସା ପାଉଛି। ଏଠାରେ ପ୍ରଶ୍ନ ହୁଏ, ଯେ ବାକି ୮୫ ପଇସା କାହା ପକେଟକୁ ଯାଉଥିଲା। ଏହାର ଉତ୍ତର ଆପଣମାନେ ସମସ୍ତେ ଜାଣିଛନ୍ତି ବୋଲି ସେ କହିଥିଲେ।


ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁର୍ନୀତି ନିବାରଣ ବିଭାଗର ଆଜି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ଏବଂ ଆୟବହିର୍ଭୁତ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ। ଆମ ସରକାର ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି କରି ଓଡିଶା ଭିଜିଲାନ୍ସକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍‌ପି ପଦବୀ ଓ ୨୪ ଟି ନୂତନ ଡିଏସ୍‌ପି ପଦବୀ ବୃଦ୍ଧି କରାଯିବ। ଏସବୁ ପଦବୀ ଗୁଡିକ ଭିଜିଲାନସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବ। ତଦନ୍ତ ଏବଂ ଅନୁସନ୍ଧାନରେ ସହାୟତା କରିବା ପାଇଁ ୧୬ ଜଣ ସବ୍‌ଇନସିପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହା ସହିତ ଆଗାମୀ ଦିନରେ  ୨୪ ଜଣ ଚାଟାର୍ଡ ଆକାଉଣ୍ଟାଟ ଓ ବ୍ୟାଙ୍କିଙ୍ଗ ଓ ସାଇବର ବିଶେଷଜ୍ଞ ମଧ୍ୟ ବିଭାଗରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନ ହୋଇଛି। ଭିଜିଲାନ୍ସ ଟିମର ଗତିଶୀଳତା ବୃଦ୍ଧି କରିବା ପାଇଁ ୧୩୫ଟି ନୂତନ ମୋଟରସାଇକେଲ, ୧୫୦ଟି ନୂତନ ଡେସ୍କଟପ/ଲାପଟପ ଯୋଗାଇ ଦିଆଯିବ ଏଥି ସହିତ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର ନିର୍ଦ୍ଦେଶାଳୟ ମଧ୍ୟରେ ପ୍ରତିଷ୍ଠା କରାଯିବ। 



ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୨୦୧୪ରେ ଯେତେବେଳେ ପ୍ରଥମଥର ପାଇଁ ପାଇଁ ପାର୍ଥିତ୍ଵ କରିଥିଲେ ସେ ସମୟରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ। ବିଭିନ୍ନ ଦୁର୍ନୀତି ଓ ସ୍କାମ୍‌ରେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଦେଶ ବୁଡି ରହିଥିଲା।  ସାଧାରଣ ଜନତା ଏହି ଦୁର୍ନୀତିର ଭାରରେ ଅଣନିଶ୍ବାସୀ ହୋଇଯାଇଥିଲେ।


୨୦୧୪ରେ ଶାସନ ଡୋରୀ ହାତକୁ ନେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ହିଁ ଆରମ୍ଭ କରିଦେଇଥିଲେ ଦୁର୍ନୀତି ବିରୋଧରେ ମହାସଂଗ୍ରାମ। ଯାହା ଆଜିବି ଚାଲୁ ରହିଅଛି। ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଆଜି ଦିଲ୍ଲୀରୁ ଯେଉଁ ସହାୟତା ରାଶି ହିତାଧିକାରୀଙ୍କ ପାଖକୁ ଆସୁଛି ଏହା ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଡିବିଟି ମାଧ୍ୟମ ହେଉଛି ଦୁର୍ନୀତି କୁ ରୋକିବା ପାଇଁ ପ୍ରମୁଖ ଅସ୍ତ୍ର। ଆଜି ଦୁର୍ନୀତିଖୋର ଯେତେ ବଡ ହୋଇଥାଉ ନା କାହିଁକି। ତା ପାଇଁ ଦୁଇଟି ସ୍ଥାନ ରହିଛି। ଜେଲ୍‌ ଅଥବା ବିଦେଶ। ବିଦେଶରେ ବି ସେମାନେ ସୁରକ୍ଷିତ ନୁହନ୍ତି। ଆଇନ୍‌ ବଳରେ ଦେଶକୁ ଆଣି ଜେଲ୍‌ ପଠାଇବାର ସବୁ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି। 


ମୋଦୀଜୀଙ୍କ ନେତୃତ୍ବ ଓ ଦିଗଦର୍ଶନରେ ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ମଧ୍ୟ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ଶାସନର ମୁଖ୍ୟ ଲକ୍ଷ୍ୟ ଭାବେ ଗ୍ରହଣ କରି ଏହା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। 


ଦୁର୍ନୀତିଖୋରଙ୍କୁ କଡା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ। କର୍କଟ ରୋଗକୁ ଠିକ୍‌ କରିବାକୁ ହେଲେ ଯେଭଳି ପ୍ରଭାବିତ ସ୍ଥାନକୁ ସର୍ଜରୀ ମାଧ୍ୟମରେ କାଢିବାକୁ ପଡେ ଠିକ୍ ସେହିଭଳି ସଭ୍ୟ ସମାଜରୁ ଦୁର୍ନୀତିଖୋରଙ୍କୁ ବାହାର କରି ଜେଲ୍‌କୁ ପଠାଇବାର ବ୍ୟବସ୍ଥା ରହିଛି। ଆମ ସରକାର ଆସିବାର ୧୪୦ ଦିନ ମଧ୍ୟରେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି। ଏ ସବୁ ଆୟବହିର୍ଭୁତ ସମ୍ପତ୍ତି ସେମାନେ ସାଧାରଣ ଜନତାଙ୍କ ଟଙ୍କାରେ ଠୁଳ କରିଥିଲେ। ବିଭିନ୍ନ ଭିତ୍ତିଭୂମି କାମ ସବୁ ନିମ୍ନମାନର ହେଉଥିଲା। ସରକାରୀ ଅର୍ଥ ବାଟ ମାରଣା ହେଉଥିଲା। କେବଳ ମୁଖ୍ୟ ଯନ୍ତ୍ରୀ ନୁହେଁ ବିଭିନ୍ନ ବର୍ଗର ପ୍ରାୟ ୨୦ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। 


ସେକାଳ ପଖାଳ ଆଉ ନାହିଁ । ଦୁର୍ନୀତି ଆଜି ଦୁର୍ନୀତିଖୋରଙ୍କ ପାଇଁ ଇତିହାସ ହୋଇ ସାରିଛି। ଦୁର୍ନୀତି ବିରୋଧରେ ଲଢେଇ କେବଳ ଲୋକସେବା ଭବନ ଅଥବା ରାଜଧାନୀ ଭୁବନେଶ୍ବରରେ ସୀମିତ ନରହି ତୃଣମୂଳ ପର୍ଯ୍ୟନ୍ତ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତାପନ୍ନ କରାଯାଇଛି। ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନଙ୍କ ହାତ ଖୋଲା ରଖା ଯାଇଛି। ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଆମ ସରକାର ଉଭୟ ଟପ ଡାଉନ ଓ ବଟମ ଅପ୍‌ ଆଭିମୁଖ୍ୟ କାର୍ଯ୍ୟକାରୀ କରିଛନ୍ତି। ଦୁର୍ନୀତି ବିରୋଧରେ କେବଳ ଗୋଟିଏ ଦୁଇଟି କିମ୍ବା ଅଳ୍ପ କିଛି ଲୋକଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ଏହି ଅଭିଯାନ ଦୀର୍ଘସ୍ଥାୟୀ ଭାବେ ଚାଲିବା ଦରକାର। ତାହେଲେ ଯାଇ ଦୁର୍ନୀତିଖୋରଙ୍କ ନିଦ ହଜି ଯିବ ଏବଂ ସେମାନଙ୍କ ମନରେ ଦୁର୍ନୀତି ପାଇଁ ଜେଲ୍‌ର ଭୟ ରହିବ। ତାହେଲେ ଦୁର୍ନୀତିଖୋରଙ୍କ ପାଇଁ ଏହା ଏକ Detterent ହେବ। ଆମ ସରକାର ଦୁର୍ନୀତିର ସମ୍ଭାବନାକୁ ହ୍ରାସ କରିବା ପାଇଁ ସବୁସ୍ତରରେ ଆବଶ୍ୟକ ପଦକ୍ଷପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


ସେ ପୁଣି କହିଥିଲେ ଯେ ଦୁର୍ନୀତିର ଚେର ଆଜି ରାଜ୍ୟରେ ମଜଭୁତ୍ ହେଇଯାଇଛି। ଏହାକୁ ଗୋଟିଏ ଦିନ ବା ମାସ ବା ବର୍ଷରେ ବନ୍ଦ କରିହେବ ନାହିଁ। ଏଥିପାଇଁ ନିରନ୍ତର ସଂଗ୍ରାମ ଚାଲିବା ଦରକାର। ଉପସ୍ଥିତ ଅଧିକାରୀ ମାନଙ୍କୁ ଉଦାହାରଣ ଦେଇ କହିଥିଲେ ଯେ ଆମେ ଯଦି ସାଧୁତାର ସହ କର୍ତ୍ତବ୍ୟ ପାଳନ କରୁଥିବା ତେବେ ଆମେ ମଧ୍ୟ ଅନ୍ୟ ପାଇଁ ଉଦାହାରଣ ହେବା, ପ୍ରଶଂସନୀୟ ହେବା। ବାତ୍ୟା ଦାନା ସମୟରେ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିଥିବା ରାଜନଗରର ଆଶା କର୍ମୀ ଶିବାନୀ ମଣ୍ଡଳ ହେଉଛନ୍ତି ତାର ଜ୍ବଳନ୍ତ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୨୦୨୯ ମସିହା ମଧ୍ୟରେ ଭାରତ ବର୍ଷର ୫ଟି ସମୃଦ୍ଧ ରାଜ୍ୟ ମଧ୍ୟରେ ଓଡିଶାକୁ ସ୍ଥାନିତ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ। ଏହା ସମ୍ଭବ ହେବ ଆପଣ ସମସ୍ତଙ୍କ ସହଯୋଗରେ। ଅତୀତର ସମୃଦ୍ଧ ଓଡିଶାକୁ ସ୍ମରଣ କରି ୨୦୩୬ରେ ବିକଶିତ ଓଡିଶା ଗଠନ ପାଇଁ ଆମକୁ ଆଗକୁ ବଢିବାକୁ ପଡିବ। 


ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ୍ ଭାବେ  କୋରାପୁଟ  ଡିଭିଜନକୁ, ଶ୍ରେଷ୍ଠ ୟୁନିଟ୍ ଭାବେ ବଲାଙ୍ଗିର ଡିଭିଜନକୁ, ଶ୍ରେଷ୍ଠ ତଦନ୍ତକାରୀ ଅଫିସର  ଭାବେ ବାଲେଶ୍ବର ଡିଭିଜନର ଡିଏସ୍‌ପି ଦୁଷ୍ମନ୍ତ କୁମାର ନାୟକ, ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଫିସର ଭାବେ ବ୍ରହ୍ମପୁର ଡିଭିଜନର ଶ୍ରୀମତୀ ସବିତାଞ୍ଜଳି ନାୟକ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ବରର ହେମନ୍ତ କୁମାର ସ୍ବାଇଁ ଙ୍କୁ ପୁରସ୍କୃତ କରିଥିଲେ। 


କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ। ଦୁର୍ନୀତି ରୋକିବା ପାଇଁ ଆମକୁ ସରକାରୀ ସିଷ୍ଟମରେ ପରିବର୍ତ୍ତନ ଆଣିବା ଦରକାର। ସବୁଥିରେ ସ୍ବଚ୍ଛତା ରହିବା ଦରକାର ଏବଂ ନାଗରିକ ମାନଙ୍କୁ ସରକାରୀ ସିଷ୍ଟମ ସହ ଯୋଡିବା ଦରକାର। ତାହେଲେ ଯାଇ ଦୁର୍ନୀତି କମିବ। ଆଗାମୀ ଦିନରେ  ଗୁଡ୍ ଗଭର୍ଣ୍ଣାନ୍ସ ଓ ଦୁର୍ନୀତି ମୁକ୍ତ ସରକାରର ୨୦୩୬ ବିକଶିତ ଓଡିଶା ଗଠନରେ ବହୁ ଅବଦାନ ରହିବ ବୋଲି ସେ କହିଥିଲେ । 


ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ କୁମାର ଜେଠୱା ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଆଜିର ଏହି ଦୁର୍ନୀତି ବିରୋଧରେ ଶପଥ ପାଠର ଗୁଞ୍ଜରଣ ଗର୍ଜନରେ ପରିଣତ ହେବ। କାରଣ ଏଥିରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରୁ ସମସ୍ତେ ଯୋଡି ହୋଇଛନ୍ତି। ଚଳିତ ବର୍ଷ ‘ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି’ ବିଷୟ ବସ୍ତୁ ଉପରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ରାଜ୍ୟର ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଓ ଗରିବ ଲୋକଙ୍କ ମୁହଁରେ ହସ ଆଣିବା ପାଇଁ ଦୁର୍ନୀତି ବିରୋଧରେ ନିରନ୍ତର ଲଢେଇର ଆବଶ୍ୟକତା ରହିଛି। ଏହି ଲଢେଇ କେବଳ ଓଡିଶା ଭିଜିଲାନ୍ସ ବିଭାଗର ନୁହେଁ ଏହା ଆମ ସମସ୍ତଙ୍କର ଲଢେଇ। 


ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅସୀତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ, ଆଭାସୀ ମାଧ୍ୟମ ରେ ସମସ୍ତ ଜିଲାପାଳ,ବରିଷ୍ଠ ପୋଲିସ ଅଧିକାରୀ, ଭିଜିଲାନ୍ସ ଅଧିକାରୀ, ପୂର୍ବତନ ବରିଷ୍ଠ ଅଧିକାରୀ, ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ
    ରାଜନୀତି

    ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

    14261
    Jul 05, 2026
  • ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ

    13578
    Jul 05, 2026
  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି
    ଦେଶ-ଦେଶାନ୍ତର

    ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

    13523
    Jul 05, 2026
  • ମୋଦୀଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ହତ୍ୟା ଧମକ

    15039
    Jul 05, 2026
  • ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ
    ଦେଶ-ଦେଶାନ୍ତର

    ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

    14793
    Jul 05, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...

    14966
    Jul 04, 2026
  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ
    ଦେଶ-ଦେଶାନ୍ତର

    ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

    14797
    Jul 05, 2026
  • ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ

    13535
    Jul 05, 2026
  •     ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?
    ବିଶେଷ

    ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    14984
    Jul 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ

    13535
    Jul 05, 2026
  • ଦେଶ-ଦେଶାନ୍ତର

    ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

    14797
    Jul 05, 2026
  • ଦେଶ-ଦେଶାନ୍ତର

    ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

    14793
    Jul 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16964
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17575
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17627
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18024
    Sep 06, 2023

ବିଶେଷ

  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    14984
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15053
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14571
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14337
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15955
    Jun 26, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15828
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15697
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13801
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14910
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

    13523
    Jul 05, 2026
  • ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ

    13535
    Jul 05, 2026
  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ

    13998
    Jul 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In