ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ : ଚଳିତ ବର୍ଷ ଜୁଲାଇ ବାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ, ସେ ବାବଦରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେତେକ ତାରିଖ ଜାରି କରିଛି । ତେବେ ବ୍ୟାଙ୍କ ବନ୍ଦ ରହିବା ସତ୍ତ୍ୱେ ଅନଲାଇନ ସେବା ଜାରି ରହିବ ବୋଲି କୁହାଯାଇଛି । ଜୁଲାଇ ମାସରେ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ । ଆରବିଆଇର ଛୁଟିଦିନ କ୍ୟାଲେଣ୍ଡର ତାଲିକା ଅନୁସାରେ ୯ ଦିନ ଛୁଟି ପଡିବ । ବାକି ୬ ଦିନ ଛୁଟିରେ ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସାମିଲ ରହିଛି । ଜୁଲାଇ ୪,୧୧, ୧୮ ଓ ୨୫ ତାରିଖ ରବିବାର ପଡୁଥିବା ବେଳେ ୧୦ ଓ ୨୪ ତାରିଖ ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ଏହି ଦିନଗୁଡିକରେ ବ୍ୟାଙ୍କ ବନ୍ଦ ରହିବ ।
Powered by Froala Editor