କରୋନା ଦାଉରୁ ଶିଶୁଙ୍କୁ ସୁରକ୍ଷା ଦେବ ମିଳିମିଳା ଟିକା !

ନୂଆଦିଲ୍ଲୀ : କରୋନା ସଂକ୍ର୍ରମଣର ତୃତୀୟ ଲହର ବେଶି ଶିଶୁଙ୍କୁ ପ୍ରଭାବିତ କରିବାର ଚିନ୍ତା ପ୍ରକଟ କରାଯାଉଛି । ହେଲେ ଭାରତୀୟ ଗବେଷକଙ୍କ ଏକ ଅଧ୍ୟୟନରୁ ଜଣାପଡିଛି ଯେ ମିଳିମିଳା ଟୀକା ଏଥିରୁ ସୁରକ୍ଷା ଦେଇପାରିବ । ଅଧ୍ୟୟନରୁ ପ୍ରକାଶଯେ, ମିଳିମିଳା ଟୀକା ନେଇଥିବା ଶିଶୁଙ୍କଠାରେ କୋଭିଡ୍ ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଯାଇଛି । ପୁନେର ବି.ଜେ. ମେଡିକାଲ କଲେଜ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ସାର୍ସି-ସିଓଭି-୨ ଭୂତାଣୁ ବିରୋଧରେ ମିଳିମିଳା ଟିକା ୮୭.୫ ପ୍ରତିଶତ ଫଳପ୍ରଦ ହେବ । ହୁ୍ୟମାନ ଭ୍ୟାକ୍ସିନ୍ସ ଆଣ୍ଡ ଇମୁ୍ୟନୋଥେରାପୁ୍ୟଟିକ୍ସ ପତ୍ରିକାରେ ଏହା ପ୍ରକାଶ ପାଇଛି । ପିଲାଙ୍କୁ କରୋନା ବିରୋଧରେ ଏହି ଟିକା ଦୀର୍ଘମିଆଦୀ ସୁରକ୍ଷା ଦେଇପାରିବ ବୋଲି ଜଣାପଡିଛି । ଏହା ଉପରେ ଗବେଷକମାନେ ଅଧିକ ପରୀକ୍ଷା ଚଳାଇଛନ୍ତି । ମିଳିମିଳା ଟିକା ଭଲ ଫଳାଫଳ ଦେଉଥିବା ଶିଶୁରୋଗ ବିଶେଷଜ୍ଞ ଡ.ନିଲେଶ ଗୁଜର କହିଛନ୍ତି ।
Powered by Froala Editor