ତିନି ଦିନିଆ ଲଦାଖ ଗସ୍ତରେ ରାଜନାଥ ସିଂ

ନୂଆଦିଲ୍ଲୀ: ତିନି ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଆଜି ଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ। ପୂର୍ବ ଲଦାଖର ସୀମାବର୍ତ୍ତୀ ଅଞ୍ଚଳରେ ଚୀନ୍ ସହ ବିବାଦ ଲାଗି ରହିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ ରାଜନାଥ। ଚୀନ ସୀମାରେ ସେନା ମୁତୟନର ସ୍ଥିତି ପରଖିବେ ପ୍ରତିରକ୍ଷା ମନ୍ତ୍ରୀ। ଗତ ବର୍ଷ ମେ' ମାସ ଆରମ୍ଭରୁ ହୋଇଥିବା ସାମରିକ ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୈତିକ ସ୍ତରରେ କଥାବାର୍ତ୍ତା ହୋଇଥିଲା। ଏହାର ଦୁଇ ଦିନ ପରେ ସେନା ମୁଖ୍ୟ ଜେନ ଏମ୍ ନାରଭାନେଙ୍କ ସହ ରାଜନାଥଙ୍କ ଏହି ଗସ୍ତ ବେଶ ଗୁରୁତ୍ବବହନ କରୁଛି । ଏହି ଅବସରେର ବିଆର୍ଓ ପକ୍ଷରୁ ପ୍ରସ୍ତୁତ ରାସ୍ତା ଓ ବିଜ୍ରର ଉଦ୍ଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ।
Powered by Froala Editor