ଗୋଇଠି ଫାଟିଲେ ଦିଏ ଏହି ମାରାତ୍ମକ ରୋଗର ସଙ୍କେତ

ଅନେକ ସମୟରେ ନିଶ୍ଚୟ ଶୁଣିଥିବେ ଗୋଇଠି ଫାଟିବା ସହ କୁଣ୍ଡାଇ ହୋଇଥାଏ। ଏହା ସାଧାରଣ ହୋଇଥିଲେ ମଧ୍ୟ କେତେକ ସମୟରେ ଏହା କ୍ଷତିକାରକ ମଧ୍ୟ। ଗୋଇଠି ଫାଟିବା ଓ ଚର୍ମ ଅଧିକାଂଶ ସମୟରେ କୁଣ୍ଡାଇ ହେବା ଏହା ମାରାତ୍ମକ ରୋଗର ମଧ୍ୟ ସଙ୍କେତ ଦେଇଥାଏ।
ଏକ ରିପୋର୍ଟ ଅନୁଯାୟୀ, ଆପଣଙ୍କ ପାଦ ସ୍ୱାସ୍ଥ୍ୟ ବିଷୟରେ ଅନେକ ରହସ୍ୟ ଖୋଲିଥାଏ। ଯେପରି ଗୋଇଠିରେ ମାଟିଆ ବିନ୍ଦୁ ଅଧିକ ହେବା ଅର୍ଥ ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ ନହେବା। ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଯକୃତ ଜନିତ ସମସ୍ୟା ଥିବାର ସଙ୍କେତ ଦେଇଥାଏ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଗୋଇଠି ଅଧିକାଂଶ ସମୟରେ କୁଣ୍ଡାଇ ହେବା ଅଧିକ ଫାଟିବା ଯକୃତ ଜନିତ ସମସ୍ୟା ଥିବାର ସଙ୍କେତ ଦେଇଥାଏ।
ଅନେକ ସମୟରେ ପାଦ ଅପରିଷ୍କାର ରହିବା ସହ ପାଗରେ ପରିବର୍ତ୍ତନ କାରଣରୁ ଏପରି ହୋଇଥାଏ। ମାତ୍ର ଏଭଳି ନିୟମିତ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଯକୃତ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ। ଏହାର କାମ ହେଉଛି ଡିଟକ୍ସଫିକେସନ୍, ମେଟାବୋଲିଜିମ୍ ଏବଂ ରକ୍ତ ସଞ୍ଚାଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା। ଯକୃତ ସଠିକ ଭାବେ କାମ ନକରିବା ଦ୍ୱାରା ଶରୀରରେ ବିଭିନ୍ନ ସଙ୍କେତ ଦେଖାଦେଇଥାଏ। ତ୍ୱଚା, ଗୋଇଠି ଫାଟିବା, ତ୍ୱଚା ଅଧିକ ଶୁଷ୍କତା ଅନୁଭବ ହେବା ସହ ତ୍ୱଚା ଜନିତ ସମସ୍ୟା ଲାଗି ରହିବା।
ଗୋଇଠି ନିୟମିତ ଅତ୍ୟଧିକ କୁଣ୍ଡାଇ ହେଉଥିଲେ, ଏହା ଯକୃତ ଜନିତ ସମସ୍ୟା ହେବା ନେଇ ସଙ୍କେତ ଦେଇଥାଏ। ଯାଦ୍ୱାରା ଶରୀରରେ ଏସିଡ୍ ଜମା ହେବା ସହ ଅନେକ ଲକ୍ଷଣ ଦେଖାଯାଏ। ରକ୍ତ ସଞ୍ଚାଳନରେ ମଧ୍ୟ ସମସ୍ୟା ଦେଖାଦେଇଥାଏ।
ସେହିଭଳି ଗୋଇଠି ନିୟମିତ ଭାବେ ହଳଦିଆ ହେବା ଜଣ୍ଡିସ୍ ହେବାର ସଙ୍କେତ ମଧ୍ୟ ଦେଇଥାଏ।
Powered by Froala Editor