ଜୁଲାଇରୁ ଉପଲବ୍ଧ ହେବ ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ୍ ଟିକା

ଜନ୍ସନ ଆଣ୍ଡ ଜନ୍ସନ ଦ୍ୱାରା ବିକଶିତ କରୋନା ଟିକା ଆସନ୍ତା ମାସ ଅର୍ଥାତ ଜୁଲାଇରେ ଭାରତରେ ଉପଲବ୍ଧ ହେବ । ଆମେରିକା ଭିତ୍ତିକ ଏହି ଟିକାକୁ ଉତ୍ପାଦକଙ୍କ ଠାରୁ କିଣିବ ଭାରତର ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ସିଙ୍ଗଲ ଡୋଜ୍ କରୋନା ଟିକା। ପୂର୍ବରୁ ଭାରତରେ ଉପଲବ୍ଧ ହେଉଥିବା ଟିକା ଗୁଡ଼ିକ ଡବଲ ଡୋଜ୍ ରହିଥିଲା। କିନ୍ତୁ ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ୍ ହୋଇଥିବାରୁ ଟିକାକରଣ ଜୋରଦାର ହେବ ବୋଲି ଆଶା କରାଯାଉଛି।
ଭାରତରେ ଟିକାର ଗୋଟିଏ ଡୋଜର ମୂଲ୍ୟ ରହିବ ପ୍ରାୟ ୨୫ ଡଲାର । ଏହି ଟିକାକୁ ସଂରକ୍ଷଣ କରିବା ପାଇଁ ଆବଶ୍ୟକ ପଡ଼ିବ ନାହିଁ । କାରଣ ଭାରତ ଜଳବାୟୁରେ ଏହି ଟିକା ବେଶ ସହାୟକ ହେବ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିସାରିଛି କମ୍ପାନି । ଏପ୍ରିଲ ମାସରେ ଜନସନ ଆଣ୍ଡ ଜନସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଯୋଗାଯୋଗ କରାଯାଇଥିଲା। ତେବେ ନୂଆ ନିୟମ ଅନୁଯାୟୀ ବିଦେଶୀ କମ୍ପାନୀର ଟିକାଗୁଡ଼ିକ କ୍ଲିନିକାଲ ଟ୍ରାଏଲ ଆଉ ଦେଶରେ ଦରକାର ନାହିଁ। ତେଣୁ ଏହା ସିଧାସଳଖ ଆମେରିକାରୁ ଭାରତରେ ବ୍ୟବହାର ପାଇଁ ନୂଆଦିଲ୍ଲୀରେ ପହଞ୍ଚିବ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଜନ୍ସନ ଆଣ୍ଡ ଜନ୍ସନ ଟିକା ନିମ୍ନରୁ ମଧ୍ୟମ ଧରଣର କରୋନା ରୋଗୀଙ୍କ ଉପରେ ୬୬.୩ ପ୍ରତିଶତ ଫଳପ୍ରଦ ହେଉଥିବା ବେଳେ ସାଂଘାତିକ ରୋଗୀଙ୍କ ଉପରେ ଏହି ଟିକା ୭୬.୩ ପ୍ରତିଶତ ଫଳପ୍ରଦ ହେଉଥିବା କୁହାଯାଇଛି । ଏହି ଟିକା ନେବାର ୨୮ ଦିନ ପରେ କରୋନା ପାଇଁ ଆଉ ମେଡିକାଲରେ ପଡ଼ିବାକୁ ହେବ ନାହିଁ ବୋଲି କୁହାଯାଇଛି ।
Powered by Froala Editor