ଗର୍ଭବତୀ ମହିଳାମାନେ ନେଇପାରିବେ ଟିକା
ନୂଆଦିଲ୍ଲୀ: ଗର୍ଭବତୀ ମହିଳାମାନେ ଟିକା ନେଇପାରିବେ । ଏହା ସେମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ମହାନିଦେ୍ର୍ଧଶକ ବଳରାମ ଭାର୍ଗବ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତିି ଗର୍ଭବତୀ ମହିଳାମାନେ ଟିକା ନେବା ଉଚିତ । ଏହା ସେମାନଙ୍କ ପାଇଁ ଭଲ । ସେମାନଙ୍କ ଟିକାକରଣ ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଟିକା ନେବା ଲାଗି ପରାମର୍ଶ ଦିଆଯାଉଥିଲା । ଶିଶୁମାନଙ୍କ ଟିକାକରଣ ପ୍ରସଙ୍ଗରେ ସେ କହିଛନ୍ତିି କେବଳ ଗୋଟିଏ ଦେଶ ଶିଶୁଙ୍କୁ ଟିକାକରଣ କରୁଛି । ଦେଶରେ ୨-୧୮ ବର୍ଷ ବୟସ୍କ ପିଲାଙ୍କ ଉପରେ ଟିକାର ପ୍ରଭାବ ନେଇ ଅଧ୍ୟୟନ କରାଯାଉଛି । ଆସନ୍ତା ସେପ୍ଟେମ୍ବର ବେଳକୁ ରିପୋର୍ଟ ମିଳିବ । ସେ ପର୍ଯ୍ୟନ୍ତ ଆମକୁ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ । ସେ ପର୍ଯ୍ୟନ୍ତ ଆମେ ପିଲାମାନଙ୍କୁ ଟିକାକରଣ କରିବା ଠିକ ହେବ ନାହିଁ । ସେହିଭଳି ଭାରତରେ ବର୍ତ୍ତମାନ ବ୍ୟବହାର କରାଯାଉଥିବା କରୋନା ପ୍ରତିଷେଧକ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଆଲଫା, ବିଟା, ଗାମା ଓ ଡେଲଟା ଭଳି କରୋନା ଭାରିଆଣ୍ଟ ବିରୋଧରେ ପ୍ରଭାବୀ ସାବ୍ୟସ୍ତ ହୋଇପାରିବ ବୋଲି ଭାର୍ଗବ କହିଛନ୍ତି ।
Powered by Froala Editor